Categories: ଜାତୀୟ

ଅଭିଯୁକ୍ତଙ୍କ ସହିତ ପୀଡ଼ିତାଙ୍କ ପ୍ରତି ନ୍ୟାୟ କରାଯିବା ଜରୁରୀ ଦର୍ଶାଇ ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ କଲେ ହାଇକୋର୍ଟ…

ଆହ୍ଲାବାଦ, ୩୦।୪ : ନ୍ୟାୟ କେବଳ ଅଭିଯୁକ୍ତଙ୍କ ପାଇଁ ନୁହେଁ, ପୀଡ଼ିତାଙ୍କ ଲାଗି ମଧ୍ୟ ଏହା ଅପରିହାର୍ଯ୍ୟ। ଏକ ସାମୁହିକ ବଳାତ୍କାର ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏଭଳି କହିଛନ୍ତି। ଏହି ମାମଲାର ସ୍ଥାନାନ୍ତରଣ ଅନ୍ୟ କୋର୍ଟକୁ କରାଯିବା ଲାଗି ଅଭିଯୁକ୍ତମାନଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଏପରି ମନ୍ତବ୍ୟ ପ୍ରଦାନ କରିବା ସହିତ ହାଇକୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି।

ଝାନ୍ସି ଜିଲାରୁ ଏହି ମାମଲାକୁ ଅନ୍ୟ ଜିଲାକୁ ସ୍ଥାନାନ୍ତରଣ ପାଇଁ ଅଭିଯୁକ୍ତଙ୍କ ପକ୍ଷରୁ ଏନେଇ ୩ଟି ଆବେଦନ କରାଯାଇଥିଲା। ମାତ୍ର ବିଚାରପତି ଅନୀଲ କୁମାର ଓଝାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରି ଦେଇଛନ୍ତି। ଏପରି କରାଗଲେ ପୀଡ଼ିତାଙ୍କ ପ୍ରତି ଏହା ଅନ୍ୟାୟ ହେବ।

ଦୂର ଜିଲାକୁ ମାମଲା ସ୍ଥାନାନ୍ତରଣ କରାଗଲେ ବିଚାର ପାଇଁ ଧାର୍ଯ୍ୟ ଶୁଣାଣି ତାରିଖରେ ପୀଡ଼ତାଙ୍କ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେବ। ତେଣୁ ଅଭିଯୁକ୍ତଙ୍କ ଏଭଳି ଆବେଦନ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଖାରଜ କରାଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି।

Share