Posted inଜାତୀୟ

ୟୁପିରେ ମାତ୍ରାଧିକ ଦେଶଦ୍ରୋହ ମାମଲା

ଲକ୍ଷ୍ନୌ,୧୨ା୬(ଆଇଏଏନ୍‌ଏସ୍‌): ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଉତ୍ତର ପ୍ରଦେଶରେ ଦେଶଦ୍ରୋହ ମାମଲା ଅତ୍ୟଧିକ ମାତ୍ରାରେ ରୁଜୁ ହେଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୧୨୪ଏ ଅନୁସାରେ ଶବ୍ଦ, ସଙ୍କେତ କିମ୍ବା ଦୃଶ୍ୟମାନ ଉପସ୍ଥାପନ ସରକାରଙ୍କ ବିରୋଧରେ ଘୃଣା ବିସ୍ତାର କଲେ କିମ୍ବା ଅସନ୍ତୋଷକୁ ଉସୁକାଇଲେ ଅଭିଯୁକ୍ତଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା ହୋଇପାରେ।
ସିଏଏ ବିକ୍ଷୋଭ ଏବଂ ୨୦୨୦ରେ ହାଥରସ୍‌ରେ ଜଣେ ଦଳିତ ଯୁବତୀଙ୍କୁ ବଳାତ୍କାର ଘଟଣା ପରେ ଦେଶଦ୍ରୋହ ମାମଲା ସଂଖ୍ୟା ବଢ଼ିଥିଲା। ୨୦୨୦ ସେପ୍ଟେମ୍ବରରେ ଦଳିତ ପୀଡ଼ିତାଙ୍କ ମୃତ୍ୟୁ ପରେ ୟୁପି ସରକାର ୧୮ ଅଜ୍ଞାତ ବ୍ୟକ୍ତି ଓ ଅନ୍ୟ ୫ ଜଣଙ୍କ ବିରୋଧରେ ୨୨ ମାମଲା ରୁଜୁ କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ଲେଖାଏ ଖବରଦାତା ଓ ରାଜନେତା ଥିଲେ। ପୀଡ଼ିତାଙ୍କ ପରିବାରର ବିନା ଅନୁମତିରେ ତାଙ୍କ ମୃତଦେହ ସଂସ୍କାର କରାଯିବା ପରେ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ବିରୋଧରେ ବିକ୍ଷୋଭ ବଢ଼ିଥିଲା। ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସିଏଏ ବିରୋଧୀ ଅଭିଯାନରେ ସାମିଲ ହେବା ପରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସେହି ପୂର୍ବତନ ଅଫିସର କହିଛନ୍ତି, ଅନେକ ବ୍ୟକ୍ତି ଓ ସଙ୍ଗଠନ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା, ଏହାର ଆଇନଗତ ଦିଗକୁ ନ ବୁଝି। ଅଧିକାରୀମାନେ ନିଜ ରାଜନୈତିକ ବସ୍‌ଙ୍କୁ ଖୁସି କରିବା ପାଇଁ ଏହାକୁ ଦଣ୍ଡବିଧାନର ଚୂଡ଼ାନ୍ତ ମାଧ୍ୟମ ବୋଲି ଧରିନେଇଥିଲେ। କୋର୍ଟରେ ସେଗୁଡ଼ିକ ବିଚାରଯୋଗ୍ୟ ହୋଇ ନ ଥିଲା।
୨୦୧୦ ପରଠୁ ୧୧୫ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୭୭% କେବଳ ଗତ ୩ ବର୍ଷରେ ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅର୍ଦ୍ଧାଧିକ ଜାତୀୟତାବାଦ ପ୍ରସଙ୍ଗରେ ରୁଜୁ ହୋଇଥିଲା। ଭାରତ ବିରୋଧୀ ମନ୍ତବ୍ୟ, ଆଲେଖ୍ୟ ଏବଂ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଉଥିବା ଅଭିଯୋଗ ଆଣି ଲୋକଙ୍କ ବିରୋଧରେ ଏପରି ମାମଲା ରୁଜୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିବା ୧୪୯ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ୧୪୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୪ ତୁଳନାରେ ୨୦୨୦ରେ ୨୮% ଅଧିକ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା।
ମନ୍ତବ୍ୟ କିମ୍ବା ଆଲେଖ୍ୟ ହିଂସାମତ୍କ ଉପାୟରେ ସାଧାରଣରେ ଶୃଙ୍ଖଳା ଭଙ୍ଗ କରୁ ନ ଥିଲେ ଦେଶଦ୍ରୋହ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କିନ୍ତୁ ୟୁପି ସରକାର ୨୮ ଜଣ ସିଏଏ ତଥା ହାଥରସ୍‌ ଗଣବଳାତ୍କାର ବିରୋଧୀ ବିକ୍ଷୋଭକାରୀ ଓ ସମାଲୋଚକଙ୍କୁ ଦଣ୍ଡିତ କରିବା ପାଇଁ ଦେଶଦ୍ରୋହ ଆଇନର ଦୁରୁପଯୋଗ କରିଛନ୍ତି। ମୋଦି ଓ ଯୋଗୀଙ୍କ ୧୪୯ ସମାଲୋଚକଙ୍କ ବିରୋଧରେ ଅନୂ୍ୟନ ୧୮ ମାମଲା ରୁଜୁ କରାଯାଇଛି। ସେହି ଅଭିଯୁକ୍ତମାନଙ୍କ ମଧ୍ୟରେ କଂଗ୍ରେସର ଡିଜିଟାଲ ଟିମ୍‌ ମୁଖ୍ୟ ଦିବ୍ୟା ସ୍ପନ୍ଦନା ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ରହିଛନ୍ତି। ମେମେ, ଟୁଇଟ୍‌, କାର୍ଟୁନ ଓ ଫଟୋ ଶେୟାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେଶଦ୍ରୋହ ଆଇନ ପରିସରକୁ ଅଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ପୁଅ ହେବ ମୁଖ୍ୟମନ୍ତ୍ରୀ: କହୁ କହୁ କହିଦେଲେ ଫଡନଭିସଙ୍କ ମା’

ନୂଆଦିଲ୍ଲୀ,୨୩।୧୧: ୨୦୨୪ ମହାରାଷ୍ଟ୍ର ନିର୍ବାଚନରେ ବମ୍ପର ବିଜୟ ହାସଲ କରିଛି ମହାୟୁତି। ବର୍ତ୍ତମାନ ପ୍ରାୟ ସ୍ପଷ୍ଟ ହୋଇଛି, ଭାଜପା ସର୍ବବୃହତ ଦଳ ଭାବରେ ଉଭା ହୋଇଛି।...

ଉତ୍ତରପ୍ରଦେଶ ଉପ ନିର୍ବାଚନ:ଏଥର ଖେଳ କରିଦେଲା…

ଲକ୍ଷ୍ନୌ,୨୩।୧୧: ଉତ୍ତରପ୍ରଦେଶରେ ଖାଲି ପଡିଥିବା ଆସନ ମଧ୍ୟରୁ ୯ ଆସନରେ ଉପ ନିର୍ବାଚନ ହୋଇଛି । ଟ୍ରେଣ୍ଡ ଅନୁସାରେ ଭାଜପା ୭ଟି ଆସନରେ ଆଗୁଆ ରହିଥିବା...

ଚମକିପଡିଲେ ସବୁ ନେତା! ଅଧା ଗଣତିରୁ ଏତେ ବଡ଼କଥା କହିଦେଲେ କଳ୍ପନା

ରାଞ୍ଚି,୨୩।୧୧: ୨୪ବର୍ଷର କେର୍ଡ ଭାଙ୍ଗିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନଡିଏକୁ ପଛରେ ପକେଇ ଆଗରେ ସୋରେନଙ୍କ ସହ ଇଣ୍ଡିଆ ମେଣ୍ଟ । ରାଜ୍ୟରେ ଇଣ୍ଡିଆ...

୨୪ବର୍ଷର ରେକର୍ଡ ଭାଙ୍ଗିଲେ ହେମନ୍ତ ସୋରେନ, ଚମକାଇଲା ଟ୍ରେଣ୍ଡ

ନୂଆଦିଲ୍ଲୀ,୨୩।୧୧: ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡରେ,...

ବିଜୟ ମୁହାଁ ମହାୟୁତି, ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସ୍ପଷ୍ଟ କରିଦେଲେ ଫଡନ୍‌ଭିସ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ...

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସଂଗ୍ରାମ ଆରମ୍ଭ: ଛପା ହେଲାଣି ପୋଷ୍ଟର

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନଫଳାଫଳ ପାଇଁ ଗଣନା ଚାଲିଛି ଏବଂ ପ୍ରାରମ୍ଭିକରେ ଭାରତୀୟ ଜନତା ପାର୍ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଦଳ) ଏବଂ...

ରାହୁଲ, ଖାର୍ଗେଙ୍କୁ ଲିଗାଲ ନୋଟିସ ପଠାଇଲେ ତାଓ୍ବଡେ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବଦିନ ମୁମ୍ବାଇର ଏକ ହୋଟେଲରେ ଭାଜପା ନେତା ବିନୋଦ ତାଓ୍ବଡେ ଭୋଟ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ କଂଗ୍ରେସ...

ଝାଡଖଣ୍ଡରେ ହେମନ୍ତ ମ୍ୟାଜିକ୍‌: ବହୁମତ ପାର୍‌ କଲା ଜେଏମ୍‌ଏମ୍‌

ରାଞ୍ଚି,୨୩।୧୧:ଝାଡଖଣ୍ଡରେ ପୁଣି ହେମନ୍ତ ସୋରେନ୍‌ଙ୍କ ମ୍ୟାଜିକ୍‌ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ମେଣ୍ଟ ବହୁମତ ପାର୍‌ କରିଛି। ଏହି ମେଣ୍ଟ ୫୧ ସିଟ୍‌ରେ ଆଗୁଆ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri