Categories: ଜାତୀୟ

୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଦେବାକୁ ପଡିବନି ପରିଚୟ ପତ୍ର

ନୂଆଦିଲ୍ଲୀ, ୨୧ା୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରାଯାଇଛି। ଏନେଇ ୨ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇବା କିମ୍ବା ଟଙ୍କା ଜମା କରିବା ପାଇଁ ଲୋକଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଛି। ଏପରିକି ୨ ହଜାର ଟଙ୍କିଆ ନୋଟ୍‌କୁ ସେପ୍ଟେମ୍ବର ସୁଦ୍ଧା ବଦଳାଯାଇପାରିବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଗୋଟିଏ ଥରରେ ଜଣେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨,୦୦୦ ଟଙ୍କିଆ ନୋଟ୍‌ ବଦଳାଇପାରିବେ। ଏଥିପାଇଁ କୌଣସି ପରିଚୟ (ଆଇଡି) ପ୍ରମାଣ କିମ୍ବା ରିକ୍ୟୁଜିଶନ ସ୍ଲିପ୍‌ ଆବଶ୍ୟକ ପଡ଼ିବ ନାହିଁ ବୋଲି ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି।

Share