ଚେନ୍ନାଇ: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଆଇଏଲ୍ ଆଣ୍ଡ ଏଫ୍ଏସ୍ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍(ଆଇଏଫ୍ଆଇଏନ୍) ଆକାଉଣ୍ଟରୁ ଠକେଇ ନେଇ ଘୋଷଣା କରିଛି। ଏହି କମ୍ପାନୀର ଆକାଉଣ୍ଟ ବର୍ତ୍ତମାନ ଏନ୍ପିଏ ଘୋଷଣା କରାଯାଇଛି। ଏହା ଉପରେ ୪୦୮ କୋଟି ଟଙ୍କା ବକେୟା ରହିଛି। ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁସାରେ ଏହା ଏହାକୁ ଇଣ୍ଡିଆନ ବ୍ୟାଙ୍କ ରିପୋର୍ଟ କରିଛି। ଆଲ୍ଲାହାବାଦ ବ୍ୟାଙ୍କ ସହ ମିଶ୍ରଣ ହେବା ଆଗରୁ ଚଳିତ ବର୍ଷ ମାର୍ଚ୍ଚରେ ଏହି ବ୍ୟାଙ୍କ ମୋଟ ଏନ୍ପିଏ ୧୪,୧୫୦ କୋଟି ଟଙ୍କା ରହିଥିଲା। ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ୩୬,୧୯୭ କୋଟି ଟଙ୍କା ଛୁଇଁଛି। ଆଇଏଲ୍ ଆଣ୍ଡ ଏଫ୍ଏସ୍ ସଙ୍କଟ ସାମ୍ନା କରିବା ଯୋଗୁ ଏହାର ବିଭିନ୍ନ ଗ୍ରୁପ କମ୍ପାନୀ ଋଣ ପଇଠ କରିବାକୁ ସକ୍ଷମ ହୋଇ ନ ଥିଲା। ୨୦୧୮ରେ ଏହା ନଗଦ ସଙ୍କଟ ସାମ୍ନା କରିବା ପରେ ସରକାରଙ୍କ ନଜରକୁ ଆସିଥିଲା। ଦେବାଳିଆ ହୋଇଯାଇଥିବା ଏହି କମ୍ପାନୀର ରିଜୋଲ୍ୟୁଶନ ଲାଗି ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି।