ଇସ୍ତଫା ଦେବାକୁ ୩ ସର୍ତ୍ତ ରଖିଲେ ଇମ୍ରାନ

ଇସଲାମାବାଦ,୯ା୪: ଇସ୍ତଫା ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରସ୍ତୁତ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଇସ୍ତଫା ପାଇଁ ଇମ୍ରାନ ୩ଟି ସର୍ତ୍ତ ରଖିଛନ୍ତି। ପ୍ରଥମ ସର୍ତ୍ତ ହେଲା ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି, ଦ୍ୱିତୀୟରେ ଶାହାବାଜଙ୍କୁ ପ୍ରଧାନମନ୍ତ୍ରୀ କରା ନ ଯାଉ, ତୃତୀୟରେ ଏନ୍‌ଏବି ଆଧାରରେ ମାମଲା ରୁଜୁ କରାଯିବ ନାହିଁ।

ପ୍ରଧାନମନ୍ତ୍ରୀଙ୍କ କକ୍ଷରେ ଇମ୍ରାନ ଅନାସ୍ଥା ଭୋଟ୍‌ ପୂର୍ବରୁ କ୍ୟାବିନେଟ୍‌ର ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ସେ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଇସ୍ତଫା ଯଦି ଦେବି ତେବେ ୩ଟି ସର୍ତ୍ତ ମାନିବାକୁ ପଡ଼ିବ। ତେବେ ଦେଖାଯାଉ ଇମ୍ରାନଙ୍କ ଏହି ସର୍ତ୍ତ କେତେଦୂର କାର୍ଯ୍ୟକାରୀ ହେଉଛି।

Share