ଇମ୍ରାନଙ୍କ ପାର୍ଟିର ଗୁପ୍ତ ଆକାଉଣ୍ଟରୁ ୭୮ କୋଟି ଟଙ୍କା କାରବାର

ଇସଲାମାବାଦ,୨୮ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପିଛା ଛାଡୁନି ବିବାଦ। ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ବିଆଇ) ଦାବି କରିଛି ଯେ, ପ୍ରଥମେ ୭୮.୭ ମିଲିୟନ ପାକିସ୍ତାନୀ ଟଙ୍କା ଜମା କରାଯାଇଥିଲା ଏବଂ ପରେ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଦ୍ୱାରା ପରିଚାଳିତ ଏକ ଅଘୋଷିତ ବ୍ୟାଙ୍କ ଆକାଉଣ୍ଟରେ ପ୍ରତ୍ୟାହାର କରାଯାଇଥିଲା।

ବେଆଇନ କାରବାରରେ ବ୍ୟବହୃତ ହୋଇଥିବା ପିଟିଆଇର ତିନୋଟି ଗୁପ୍ତ ଆକାଉଣ୍ଟ ଖୋଲିଥିବା ଆପେକ୍ସ ଅନୁସନ୍ଧାନକାରୀ ସଂସ୍ଥା ଦାବି କରିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଆକାଉଣ୍ଟଗୁଡ଼ିକ ଓ୍ବଟନ କ୍ରିକେଟ କ୍ଲବରୁ ପାଣ୍ଠି ସ୍ଥାନାନ୍ତର ପାଇଁ ବ୍ୟବହୃତ ହୋଇଥିଲା। ବିଦେଶୀ ପାଣ୍ଠି ବିବାଦକୁ ନେଇ ତଦନ୍ତ ଚାଲିଛି।

Share