Categories: ଖେଳ

ଓ୍ବିନିଂ କମ୍ବିନେଶନରେ ପରିବର୍ତ୍ତନ ହୋଇପାରେ: କୋହଲି

ଲିଡ୍ସ,୨୪।୮ : ଓ୍ବିନିଂ କମ୍ବିନେଶନରେ କୌଣସି ପ୍ରକାର ପରିବର୍ତ୍ତନ ଚାହାନ୍ତି ନାହିଁ ଭାରତୀୟ ଅଧିନାୟକ ବିରାଟ କୋହଲି। କିନ୍ତୁ ହେଡିଂଲେ ପିଚ୍‌କୁ ଦେଖିବା ପରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଖେଳିବାର ସମ୍ଭାବନା ବଢ଼ିଯାଇଛି ବୋଲି କୋହଲି କହିଛନ୍ତି।

ସାଧାରଣତଃ ଇଂଲଣ୍ଡରେ ପିଚ୍‌ ପେସରଙ୍କୁ ସୁହାଉଥିବାରୁ ସ୍ପିନରଙ୍କ ଭୂମିକା ଖୁବ୍‌ ସୀମିତ। ଏଣୁ ଆଇସିସି ଟେଷ୍ଟ ବୋଲରଙ୍କ ମଧ୍ୟରେ ଦ୍ୱିତୀୟ ର଼୍ୟାଙ୍କ ପ୍ରାପ୍ତ ଅଶ୍ୱିନଙ୍କ ବଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ଉଭୟ ଟେଷ୍ଟରେ ସୁଯୋଗ ଦିଆଯାଇଥିଲା। କିନ୍ତୁ ୪ଟି ଇନିଂସରେ ଗୋଟିଏ ହେଲେ ଉଇକେଟ ହାତେଇବାକୁ ସଫଳ ହୋଇଥିଲେ ଜାଡେଜା। ଅବଶ୍ୟ ବ୍ୟାଟରେ ଉପଯୋଗୀ ଇନିଂସ ଖେଳିଥିଲେ, ଯାହା ଫଳରେ ଭାରତ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

ଦ୍ୱିତୀୟ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିବା ପରେ ଦଳର ଓ୍ବିନିଂ କମ୍ବିନେଶନକୁ ପରିବର୍ତ୍ତନ କରିବାକୁ ଚାହେଁ ନାହିଁ। ଆମେ ସର୍ବଦା ପିଚ୍‌କୁ ଦେଖିଲା ପରେ ୧୨ ଜଣିଆ ଦଳ ଘୋଷଣା କରୁ। ମ୍ୟାଚ୍‌ର ତୃତୀୟ, ଚତୁର୍ଥ ଓ ୫ମ ଦିନରେ ପିଚ୍‌ କେଉଁ ଭଳି ବ୍ୟବହାର କରିବ, ତା’କୁ ଧ୍ୟାନରେ ରଖି ଦଳ ଚୟନ କରାଯାଏ। ମୁଁ ଭାବୁଥିଲି ହେଡିଂଲେ ପିଚ୍‌ରେ ଅଧିକ ଘାସ ଥିବ। ମାତ୍ର ସେମିତି କିଛି ନାହିଁ। ଏଥିଯୋଗୁ ଅଶ୍ୱିନଙ୍କ ଖେଳିବାର ସମ୍ଭାବନା ବୃଦ୍ଧି ପାଇଛି ବୋଲି କୋହଲି ମଙ୍ଗଳବାର ଆୟୋଜିତ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ କହିଛନ୍ତି।

Share