Categories: ଜାତୀୟ

ସ୍ପାଇସ ଜେଟ, କତର ଏୟାର ୱେଜ ପରେ ଇଣ୍ଡିଗୋ ବିମାନରେ ତ୍ରୁଟି, ମୁମ୍ବାଇ ଡାଇଭର୍ଟ

ମୁମ୍ବାଇ,୩ ।୧୨: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ କନ୍ନୁରରୁ ଦୋହା ଯାଉଥିବା ବେଳେ ଶୁକ୍ରବାର ଏହାକୁ ମୁମ୍ବାଇ ଏୟାରପୋର୍ଟକୁ ଡାଇଭର୍ଟ କରି ଦିଆଯାଇଛି । ଗୋଟିଏ ଦିନରେ ଏହି ଯାନ୍ତ୍ରିକ ତ୍ରୁଟିର ଏହା ତୃତୀୟ ଘଟଣା । ଏହାପୂର୍ବରୁ ଶୁକ୍ରବାର ସ୍ପାଇସ ଜେଟ ଓ କତର ଏୟାରୱେଜରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଟେକ୍ନିକାଲ ଗ୍ଲିଚ ଯୋଗୁ ଇଣ୍ଡିଗୋ ଫ୍ଲାଇଟକୁ ଅଧା ରାସ୍ତାରୁ ଡାଇଭର୍ଟ କରି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା । ଏୟାର ଲାଇନ ପକ୍ଷରୁ ସୂଚନା ଦିଆଯାଇଛି କି ଜରୁରୀ ପରିସ୍ଥିତି ଯୋଗୁ ବିମାନ ୬ଇ-୧୭୧୫କୁ ମୁମ୍ବାଇ ଆଡକୁ ଡାଇଭର୍ଟ କରାଯାଇଛି ।
ଏୟାରକ୍ରାପ୍ଟ ପକ୍ଷରୁ ଏକ ବୟାନରେ କୁହାଯାଇଛି କି ‘ଅପରେଟିଂ କ୍ରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିଲେ, ଏହାପରେ ବିମାନକୁ ମୁମ୍ବାଇ ଆଡକୁ ଡାଇଭର୍ଟ କରାଯାଇଥିଲା । ପରେ ଯାତ୍ରୀଙ୍କ ପାଇଁ ଅଲଟରନେଟିଭ ବ୍ୟବସ୍ଥା କରାଯାଇଥିଲା ।

Share