ପୋଷ୍ଟ ଅଫିସରେ ଟଙ୍କା ରଖିବାର ଅନେକ ଲାଭ ରହିଛି। ଯଦି ଜଣେ ରୋଜଗାର କରୁଥିବା ଟଙ୍କାର ଭଲ ନିବେଶ କରିବାକୁ ଚାହାନ୍ତି ତେବେ ପୋଷ୍ଟ ଅଫିସ ବ୍ୟାଙ୍କ କଥା ଭାବି ପାରିବେ। କାରଣ ପୋଷ୍ଟ ଅଫିସ ଆକାଉଣ୍ଟ ବ୍ୟାଙ୍କଠାରୁ ଅଧିକ ଲାଭଦାୟକ ବୋଲି କୁହାଯାଏ। ଏହା ଅନ୍ୟ ବ୍ୟାଙ୍କ ଖାତା ଭଳି ହୋଇଥାଏ।
ଆଜି ମଧ୍ୟ ଦେଶର ଗ୍ରାମୀଣ ଏବଂ ସହରର ତଳିଆ ଅଞ୍ଚଳର ଲୋକେ ପୋଷ୍ଟ ଅଫିସରେ ଖାତା ଖୋଲିବାକୁ ବେଶି ପସନ୍ଦ କରିଥାନ୍ତି। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଭିନ୍ନ ଭିନ୍ନ ପ୍ରକାରରେ ଖାତା ଖୋଲିପାରନ୍ତି। ଏଥିରେ ନିର୍ଦ୍ଧାରିତ ଦରରେ ଲୋକ ସୁଧ ପାଇଥାନ୍ତି।
ଫିକ୍ସ୍ଡ ଡିପୋଜିଟ୍(ଏଫ୍ଡି) ମାମଲାରେ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଅଧିକ ଲାଭଦାୟକ। ବ୍ୟାଙ୍କ ତୁଳନାରେ ଏହାର ଏଫ୍ଡିରୁ ଅଧିକ ରିଟର୍ନ ମିଳିଥାଏ। ପୋଷ୍ଟ ଅଫିସ ଖାତାରେ ଏଫ୍ଡି କଲେ ୬.୨୫% ପର୍ଯ୍ୟନ୍ତ ସୁଧ ମିଳୁଥିବା ବେଳେ ବ୍ୟାଙ୍କରେ ଏହା ୩.୭୫ରୁ ୭.୨୫% ପର୍ଯ୍ୟନ୍ତ ମିଳିଥାଏ।
ଏହାଛଡ଼ା ପୋଷ୍ଟ ଅଫିସରେ ସେଭିଂସ ବ୍ୟାଙ୍କ, ଟାଇମ୍ ଡିପୋଜିଟ୍, ମାସିକ ଇନକମ୍ ସ୍କିମ୍, ପବ୍ଲିକ ପୋଭିଡେଣ୍ଟ ଫଣ୍ଡ, ନ୍ୟାଶନାଲ ସେଭିଗ୍ସ ସାର୍ଟିଫିକେଟ, ସିନିୟର ସିଟିଜେନ ସେଭିଂ ସ୍କିମ୍ ଏବଂ କିଶାନ ବିକାଶ ପତ୍ର, ସୁକନ୍ୟା ସମୃଦ୍ଧି ଖାତା ଆଦି ଖୋଲିପାରିବେ।
ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୨୦ଟଙ୍କା ଦେଇ ଜମା ଖାତା ଖୋଲିପାରିବେ। ଏହି ଖାତାରେ ମାତ୍ର ୫୦ ଟଙ୍କା ରଖିବାକୁ ହୋଇଥାଏ। ଏଥିରେ ଚେକ୍ବୁକ୍ ଏବଂ ପାସ୍ବୁକ୍ ଆଦିର ସୁବିଧା ମଧ୍ୟ ମିଳିଥାଏ।