ମାଟି ତଳୁ ବାହାରିଲେ ଜଗନ୍ନାଥ

ବାହାନଗା, ୧୩ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ଅଗସ୍ତି ସାହିର କମଳାକାନ୍ତ ଅଗସ୍ତିଙ୍କ ଘର ପଛପଟେ ମାଟିତଳୁ ବୁଧବାର ମହାପ୍ରଭୃ ଜଗନ୍ନାଥଙ୍କ ପଥର ମୂର୍ତ୍ତୀକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି। ଦୀର୍ଘ ୩ରୁ ୪ବର୍ଷ ତଳେ କମଳାକାନ୍ତଙ୍କ ପୁଅ ଦିଲୀପଙ୍କୁ ବାରମ୍ବାର ସ୍ବପ୍ନାଦେଷ ହୋଇଥିଲା। ପରିବାର ଲୋକେ ଚିନ୍ତା ପ୍ରକଟ କରିବା ସହ ବିଭିନ୍ନ ସାଧକଙ୍କ ନିକଟକୁ ଯାଇ ବୁଝାବୁଝି କରି ବିଫଳ ହୋଇଥିଲେ। ଶେଷରେ ଦିଲୀପ ଗତ ୪ଦିନ ହେଲା ଘର ପଛପଟେ ଥିବା ଐଶାନ୍ୟ କୋଣରେ ଏକ ଛୋଟ ବେଲ ଗଛ ନିକଟରେ ମାଟିକୁ ଖୋଳିବା ଆରମ୍ଭ କରିଥିଲେ ା ନିଜେ ୪ ଫୁଟ ଖୋଳିବା ପରେ ଗତ ମଙ୍ଗଳବାର ଅଧିକ ନ ଖୋଳି ଛାଡି ଦେଇଥିଲେ । ରାତିରେ ବର୍ଷା ହେବା ଫଳରେ ଗାତ ଭିତରେ ପାଣିଜମି ରହିଥିଲା । ତେବେ ସେହି ପାଣିକୁ ସକାଳେ ବାହାର କରି ପୁନର୍ବାର ଖୋଳିବା ବେଳେ ହାତକୁ ପଥର ମୂର୍ତ୍ତୀ ଲାଗିଥିଲା । ସେଠାରୁ ମାଟି ପରିଷ୍କାର କରି ପଥର ମୂର୍ତ୍ତି ବାହାର କରିବାରୁ ତାହା ମହାପ୍ରଭୃ ଜଗନ୍ନାଥଙ୍କର ବୋଲି ଜଣାପଡିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ଦେଖିବା ଲାଗି ଶତାଧିକ ଲୋକଙ୍କ ଭିଡ ଜମିଛି।

Share