ନୂଆଦିଲ୍ଲୀ, ୧୯।୪ : ଦିଲ୍ଲୀର ଜାହାଙ୍ଗୀରପୁରୀଠାରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ଅବସରରେ ହୋଇଥିବା ହିଂସା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ୫ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍ଏସ୍ଏ)ଲାଗୁ କରାଯାଇଛି। ୫ ଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଅନସାରୀ,ସଲିମ୍, ସୋନୁ ଶେଖ୍, ଦିଲ୍ଶାଦି ଏବଂ ଅହିଦ୍ ରହିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ସିସିଟିଭି ଫୁଟେଜ ଆଧାରରେ ଗୁଲାମ ରସୁଲ ଓରଫ ଗୁଲ୍ଲୁକୁ ଗିରଫ କରାଯାଇଛି। ସେ ସୋନୁଙ୍କୁ ଫାୟାରିଂ ପାଇଁ ବନ୍ଧୁକ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି।