Categories: ଜାତୀୟ

କୋଭିଡ ନିୟମ ମାନି ଆରମ୍ଭ ହେଲା ଜେଇଇ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧।୯: ବହୁ ବାଦ ବିବାଦ ପରେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେଶନ (ଜେଇଇ)ମୁଖ୍ୟ ପରୀକ୍ଷା ମଙ୍ଗଳବାର ଆରମ୍ଭ କରାଯାଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ରେ ଦାଖଲ ହେବାକୁ ଏହି ପରୀକ୍ଷା କରାଯାଉଛି। ତେବେ ଦେଶରେ କରୋନା ମହାମାରୀର ଭୟାବହତାକୁ ଦେଖି ବିରୋଧୀ ଓ କେତେକ ଛାତ୍ରଛାତ୍ରୀ ଏବେ ଏହି ପରୀକ୍ଷା ନ କରିବାକୁ ଦାବି କରିଥିଲେ। ହେଲେ ଏହା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉପରେ ନିର୍ଭର କରୁଥିବାରୁ ସରକାରଙ୍କ ନିଷ୍ପତ୍ତି ପରେ ମଙ୍ଗଳବାର ଏହା ଆରମ୍ଭ କରାଯାଇଛି। ତେବେ ପରୀକ୍ଷା ହଲ୍‌କୁ ଯିବା ପୂର୍ବରୁ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯିବା ସହ ସେମାନଙ୍କୁ ସାନିଟାଇଜ କରାଯାଇଛି। ସତର୍କତା ଦୃଷ୍ଟିରୁ ପିଲାମାନେ ମଧ୍ୟ ନିଜ ନିଜର ସାନିଟାଇଜର ସାଙ୍ଗରେ ଧରିଥିବା ଦେଖାଯାଇଥିଲା। ସେହିପରି ପରୀକ୍ଷା ହଲ୍‌କୁ ପ୍ରବେଶ କରିବା ପୂର୍ବରୁ ପିଲାମାନେ ସାମାଜିକ ଦୂରତା ରକ୍ଷା କରି ଲାଇନରେ ଠିଆ ହୋଇଥିଲେ ଓ ଜଣକ ପରେ ଜଣେ ହଲ୍‌ ଭିତରକୁ ପ୍ରବେଶ କରିଥିଲେ। ଏହାସହ ସମସ୍ତେ ମାସ୍କ ମଧ୍ୟ ପିନ୍ଧିଥିଲେ। କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଯେତେ ପ୍ରକାର ସତର୍କତା ଅବଳମ୍ବନ କରିବା କଥା ତାହା କରାଯାଇଥିବା କୁହାଯାଉଛି।

Share