ଭୁବନେଶ୍ୱର,୧୧ା୯(ବ୍ୟୁରୋ): ନୂଆଁଖାଇ ଅବସରରେ ଚାଷୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ରବି ଫସଲ ପାଇଁ ଚାଷୀଙ୍କୁ କାଳିଆ ସହାୟତା ମିଳିଛି। ଆଜି ୩୭ ଲକ୍ଷ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୭୪୩ କୋଟି ଟଙ୍କା ଯାଇଛି। ପ୍ରତିଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା ହୋଇଛି କାଳିଆ ଟଙ୍କା। ପୂର୍ବରୁ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ- ୨୦୨୧ ପାଇଁ ‘କାଳିଆ’ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିଲା। ରାଜ୍ୟର କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ‘କାଳିଆ’ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ଲଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।