Categories: ଜାତୀୟ

ବଦଳିଲା କେଜରିଓ୍ବାଲଙ୍କ ମନ୍ତବ୍ୟ: ସିବଲଙ୍କୁ କହୁଥିଲେ ଦୁର୍ନୀତିଗ୍ରସ୍ତ,ଏବେ କହିଲେ ସଚ୍ଚୋଟ…

ନୂଆଦିଲ୍ଲୀ,୧୧।୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲ ରବିବାର ରାମଲୀଲା ମୈଦାନରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଏଏପି ଏକ ରାଲିର ଆୟୋଜନ କରିଥିଲା।

ଏଥି ସହ ସିଏମ କେଜ୍ରିୱାଲଙ୍କ ଅଭିଯୋଗକୁ ନେଇ ଭାଜପା ଖଣ୍ଡନ କରିଛି। ଭାଜପା ଏମପି ରମେଶ ବିଧୁଡ଼ି କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ଲୋକଙ୍କ ଭିଡ଼ ହୋଇଥିବା ଦାବି କରିଛନ୍ତି, କିନ୍ତୁ ଟେଣ୍ଟ ମାଲିକମାନେ କହୁଛନ୍ତି ୧୦ ହଜାର ଚେୟାର ପାଇଁ ଏକ ଆଦେଶ ମିଳିଛି। କେଜରିୱାଲ ଆଜି କପିଲ ସିବଲଙ୍କୁ ସଚ୍ଚୋଟ ବୋଲି କହୁଛନ୍ତି। ପୂର୍ବରୁ କେଜ୍ରିୱାଲ ସିବଲଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲେ। ଏଥି ସହ ଲୋକସଭା ଏମପି ମନୋଜ ତିୱାରୀ କହିଛନ୍ତି ଏକଦା କେଜରିଓ୍ବାଲ ଏହି ରାମଲୀଲା ମୈଦାନରୁ ଦୁର୍ନୀତି ବିରୋଧରେ ଭାଷଣ ଦେଉଥିଲେ ଏବଂ ଆଜି ସେ ନିଜ ଭ୍ରଷ୍ଟାଚାରକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

ଦିଲ୍ଲୀ ଭାଜପା ୟୁନିଟ ସଭାପତି ବିରେନ୍ଦ୍ର ସଚ୍ଚେଦେବ କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ୧୦୦ ମନୀଷ ସିସୋଡିଆ ଏବଂ ୧୦୦ ସତ୍ୟେନ୍ଦ୍ର ଜୈନ ସୃଷ୍ଟି କରିବାକୁ କହିଛନ୍ତି। କେଜରିୱାଲ ଦିଲ୍ଲୀରେ ଆହୁରି ୧୦୦ ଦୁର୍ନୀତିଗ୍ରସ୍ତ ସୃଷ୍ଟି କରିବେ କି?

Share