ଖୋର୍ଦ୍ଧା ଅଫିସ,୨।୭: ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟଳୟର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁବାର ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟକୁ ବନ୍ଦ କରାଯିବା ସହ ସାନିଟାଇଜ଼୍ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ମୁଃନିସିପାଲିଟି ଅଫିସ, କର୍ମଚାରୀଙ୍କ ବାସସ୍ଥାନ ତେଲେଙ୍ଗାସାହି, ତଳସାହି ପ୍ରଭୃତି ସାନିଟାଇଜ୍ କରାଯାଇଛି।
କର୍ମଚାରୀଙ୍କ ପରିବାରର ସଦସ୍ୟମାନେ କଣ୍ଟାକ୍ଟ ସର୍ଭେଲାନ୍ସରେ ରହିବେ। ଏଥିସହ ପୌର କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ବାରେଣ୍ଟାଇନ ରହିବେ। ସମସ୍ତଙ୍କ ସ୍ବାବ ପରୀକ୍ଷା କରାଯିବ। ପୌରାଞ୍ଚଳ ୱାର୍ଡର ୧୫ ଆକ୍ରାନ୍ତଙ୍କ ଅଞ୍ଚଳକୁ ଗୁରୁବାରଠାରୁ ୫ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲାପାଳ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି। ଏହି ଜୋନରେ ଆସୁଥିବା ସମସ୍ତ ପରିବାର ଘରେ ରହିବେ। କେହି ବାହାରକୁ ଆସିବେ ନାହିଁ। ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା କରାଯିବ। ଜନସ୍ବାର୍ଥ ଏବଂ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲାପାଳ ଶିତାଂଶୁ ରାଉତ କହିଛନ୍ତି।