ଗଞ୍ଜାମ,୧୧।୧୦(ଡି.ଏନ୍.ଏ.): ଚଳିତବର୍ଷ ପ୍ରଥମ ଥର ପାଇଁ ପୁଇଁତୋଳା ସାନସାହିରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମା’ଲକ୍ଷ୍ମୀଙ୍କ ପୂଜା ଧୁମ୍ଧାମରେ ପାଳିତ ହେଉଛି। ଏଥିପାଇଁ ରବିବାର କଳସ ଯାତ୍ରା ହୋଇଥିଲା । ସାହିର ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ଅସ୍ଥାୟୀ ମଣ୍ଡପରେ ପୂଜା ପାଇଥିଲେ ମା’ ଲକ୍ଷ୍ମୀ । ତୁହାକୁ ତୁହା ବର୍ଷା ହୋଇଥିଲେ ମଧ୍ୟ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ହରି ବିଶ୍ୱାଳ, ପ୍ରତାପ ଚନ୍ଦ୍ର ବିଶ୍ୱାଳ, ସୁନୀଲ ପଲାଇ, ପଙ୍କଜ ତରାଇ, ଜଗା ତରାଇ, ଖତିଆ ଦଳାଇ, ମିଟୁ ବିଶ୍ୱାଳ, ସୁଦର୍ଶନ ପଲାଇ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଥିବା ବେଳେ ସାହିବାସିନ୍ଦା ସହଯୋଗ କରୁଛନ୍ତି । ବୁଧବାର ମା’ଙ୍କ ଭସାଣି କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କହିଛନ୍ତି।