Categories: ଜାତୀୟ

ଆଇସିୟୁରେ ଆଡଭାନୀ

ନୂଆଦିଲ୍ଲୀ,୧୪ା୧୨: ଭାଜପାର ବର୍ଷୀୟାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଶନିବାର ଦିଲ୍ଲୀର ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଜୁଲାଇରୁ ଇତିମଧ୍ୟରେ ସେ ୪ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି। ୯୭ ବର୍ଷୀୟ ନେତାଙ୍କୁ ଡାକ୍ତରମାନଙ୍କ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ମେଡିକାଲ ଚେକ୍‌ଅପ୍‌ ପାଇଁ ତାଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା। ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ବିନୀତ ସୁରୀ ତାଙ୍କର ଚିକିତ୍ସା କରୁଛନ୍ତି। ୨ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଏହା ପୂର୍ବରୁ ଗତ ଅଗଷ୍ଟରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ପରେ ସେ ଘରକୁ ଫେରିଥିଲେ। ଜୁଲାଇରେ ମଧ୍ୟ ସେ ଅଳ୍ପ ସମୟ ପାଇଁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବର୍ଷ ଆରମ୍ଭରେ ସେ ଏମ୍ସରେ ମଧ୍ୟ ଭର୍ତ୍ତି ହୋଇଥିଲେ ଏବଂ ଗୋଟିଏ ରାତି ପର୍ଯ୍ୟବେକ୍ଷଣରେ ରହିବା ପରେ ଘରକୁ ଫେରିଥିଲେ।

Share