ଟିକସ ଫାଙ୍କି କରାଯାଉଛି ଜମି ରେଜେଷ୍ଟ୍ରି : ମାଲାମାଲ କର୍ମଚାରୀ

ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରରେ ଏବେ ସରକାରୀ ଟିକସ ଫାଙ୍କି ପାଇଁ ନୂଆ ତରିକାରେ ଜମି ରେଜେଷ୍ଟ୍ରି କରାଯାଉଥିବା ଜଣାପଡିଛି। ଏଥିରେ ରାଜସ୍ବ ବିଭାଗ ଏବଂ ସବ୍‌ରେଜେଷ୍ଟ୍ରି ଅଫିସର କେତେଜଣ ଅଧିକାରୀ ଓ କର୍ମଚାରୀ ମାତିଥିବା ଜଣାପଡିଛି।

ପ୍ଲଟ୍‌ ରେଜେଷ୍ଟ୍ରି ପାଇଁ ସରକାରଙ୍କୁ ଯେତିକି ଟିକସ ଦେବାକୁ ପଡେ କୋଠା ଥିବା ପ୍ଲଟ୍‌ କିଣାବିକା ହେଲେ ତାଠାରୁ ଅଧିକ ଟିକସ ଦେବାକୁ ପଡିଥାଏ। ତେବେ କେତେଜଣ ଅଧିକାରୀ ସରକାରୀ ଟିକସ ଫାଙ୍କିବା ଏବଂ ନିଜେ ମାଲେମାଲ ହେବା ପାଇଁ କୋଠା ଥିବା ପ୍ଲଟ୍‌କୁ ଖୋଲା ପ୍ଲଟ ଦର୍ଶାଇ ରେଜେଷ୍ଟ୍ରିି କରି ସେଥିରେ ସରକାରୀ ଟିକସ ଫାଙ୍କି ଥିବା ଅଭିଯୋଗ ହୋଇଛି। ଏନେଇ ଚର୍ଚ୍ଚା ଜୋର ଧରିବା ପରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ବଲାଙ୍ଗୀରରେ ଏବେ ଆଲୋଚନାର ବିଷୟ ହୋଇଛି।

Share