ନୂଆଦିଲ୍ଲୀ,୧୦।୧୨ : କର୍ନାଟକ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଏକ ଜନ୍ମିତ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଏକ ଚୁକ୍ତିନାମା ଆଇନ ଅନୁସାରେ କରାଯାଇପାରେ। ମାତ୍ର ଜନ୍ମ ହୋଇ ନଥିବା ଶିଶୁ ପୋଷ୍ୟ ଗ୍ରହଣ ଆଇନ ସମ୍ପର୍କରେ କୋର୍ଟ ଅଜ୍ଞାତ ଅଟେ। ଜଷ୍ଟିସ ବି ବିରପ୍ପା ଏବଂ ଜଷ୍ଟିସ କେ.ଏସ ହେମଲେଖାଙ୍କ ଏକ ଡିଭିଜନ ବେଞ୍ଚ ଦୁଇ ବର୍ଷର ନଅ ମାସର ଶିଶୁ କନ୍ୟାଙ୍କର ମାତାପିତାଙ୍କ ଦ୍ୱାରା ଦାଖଲ ହୋଇଥିବା ମିଳିତ ଆବେଦନକୁ ଖାରଜ କରି ଏଭଳି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ଶିଶୁକନ୍ୟାଙ୍କର ପ୍ରକୃତ ମାତାପିତା ହିନ୍ଦୁ ହୋଇଥିବାବେଳେ ତାଙ୍କର ପୋଷ୍ୟ ମାତାପିତା ମୁସଲମାନ ଅଟନ୍ତି।
ବାସ୍ତବରେ, ପ୍ରକୃତ ମାତାପିିତା ଉଡୁପି ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରି ମୁସଲମାନ ଦମ୍ପତିଙ୍କୁ ପୋଷ୍ୟ ମାତାପିତା ତଥା ଅଭିଭାବକ ବୋଲି ଘୋଷଣା କରିଥିଲେ। ନିମ୍ନ ଅଦାଲତ ଉଭୟ ମାତାପିତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ, ହାଇକୋର୍ଟର ଡିଭିଜନ ବେଞ୍ଚ ଅଫ ଜଷ୍ଟିସ ବି ଭେରାପ୍ପା ଏବଂ ଜଷ୍ଟିସ କେ ଏସ ହେମଲେଖା କହିଛନ୍ତି ଯେ ବୁଝାମଣା ତାରିଖ ଅନୁଯାୟୀ ଶିଶୁଟି ଆବେଦନକାରୀଙ୍କ ଗର୍ଭରେ ଥିଲା ଏବଂ ଶିଶୁଟି ଜନ୍ମ ହୋଇ ନ ଥିଲା। ୨୦୨୦ ମାର୍ଚ୍ଚ ୨୬ରେ ଚୁକ୍ତି ହେବାର ପାଞ୍ଚ ଦିନ ପରେ ଶିଶୁ କନ୍ୟାଙ୍କ ଜନ୍ମ ହୋଇଥିଲା। ଉଭୟ ପକ୍ଷ ଜନ୍ମ ହୋଇ ନ ଥିବା ଶିଶୁ ସମ୍ବନ୍ଧରେ ଏକ ଚୁକ୍ତି କରିଥିଲେ। ଏଭଳି ଚୁକ୍ତି ଆଇନ ପାଇଁ ଅଜ୍ଞାତ ବୋଲି ବେଞ୍ଚ କହିଛନ୍ତି। ନିମ୍ନ ଅଦାଲତଙ୍କ ଆଧାରରେ ଟ୍ରାଏଲ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦାରିଦ୍ର୍ୟତା ପ୍ରକୃତ ମାତାପିତା ଶିଶୁ କନ୍ୟାଙ୍କ ଯତ୍ନ ନେବାକୁ ଅସମର୍ଥ ହୋଇଥିଲେ ଏବଂ ମୁସଲମାନ ଦମ୍ପତି ସନ୍ତାନହୀନ ଥିବାରୁ ପୋଷ୍ୟ ଭାବେ ତାଙ୍କୁ ଦେବା ପାଇଁ ସେମାନେ ଏକ ଚୁକ୍ତି କରିଥିଲେ। ଚୁକ୍ତିରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଦୁଇ ପକ୍ଷ ମଧ୍ୟରେ ଟଙ୍କା ଦେଣନେଣ ହୋଇନାହିଁ। ଟ୍ରାଏଲ କୋର୍ଟରେ ଶୁଣାଣି ସମୟରେ କୋର୍ଟ ପିଟିଶନକୁ ଖାରଜ କରିଦେଇଥିଲେ ଯେ ଚୁକ୍ତିରେ କୌଣସି ସ୍ଥାନରେ ସ୍ପଷ୍ଟ ହୋଇନାହିଁ ଯେ ଶିଶୁର କଲ୍ୟାଣ ପାଇଁ ଯତ୍ନ ନିଆଯିବ।