ମୁମ୍ବାଇ,୧୦।୧: ଭିଡିଓକନ ଋଣ ଜାଲିଆତି ମାମଲାରେ ‘ସିବିଆଇ’ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ‘ଆଇସିଆଇସିଆଇ’ ବ୍ୟାଙ୍କର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଫଳରେ ମଙ୍ଗଳବାର ଦମ୍ପତି ଜେଲରୁ ବାହାରିଛନ୍ତି। ସୋମବାର ଚନ୍ଦା କୋଚ୍ଚର୍ ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ମୁକ୍ତ କରିବା ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚନ୍ଦା ମୁମ୍ବାଇର ବାଇକୁଲା ମହିଳା କାରାଗାରରୁ ବାହାରିଥିବା ବେଳେ ସ୍ବାମୀ ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଥିବା ଅଧିକାରୀ ଜଣକ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୨ରେ ‘ଭିଡିଓକନ ଗ୍ରୁପ’କୁ ୩,୨୫୦ କୋଟି ଟଙ୍କା ଋଣ ମଞ୍ଜୁରିରେ ଅନିୟମିତତାକୁ ନେଇ ସିବିଆଇ ଡିସେମ୍ବରରେ ଚନ୍ଦା ଓ ତାଙ୍କ ସ୍ବାମୀ ଦୀପକଙ୍କୁ ଗିରଫ କରିଥିଲା।