ନୂଆଦିଲ୍ଲୀ,୨୬।୬: ରାମପୁର ଏବଂ ଆଜମଗଡ ଲୋକ ସଭା ପାଇଁ ହୋଇଥିବା ଉପନିର୍ବାଚନରେ ଏକ ବଡ଼ ଓଲଟପାଲଟ ହୋଇଛି। ଭାଜପା ଏହି ଦୁଇଟି ଆସନକୁ ସମାଜବାଦୀ ପାର୍ଟିଠାରୁ ଛଡ଼ାଇ ନେଇଛି। ରାମପୁରରେ ଭାଜପା ପ୍ରାର୍ଥୀ ଘନଶ୍ୟାମ ଲୋଧି ସମାଜବାଦୀ ପାର୍ଟିର ଅସୀମ ରାଜାଙ୍କୁ ପ୍ରାୟ ୪୨ ହଜାର ଭୋଟରେ ପରାସ୍ତ କରିଛନ୍ତି। ଆଜାମଗଡରେ ଭୋଜପୁରୀ ଗାୟକ ତଥା ଭାଜପା ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରୁହୁଆ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଭାଇ ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତ କରିଛନ୍ତି।
ଆଜମଗଡ ଏବଂ ରାମପୁରରେ ଭାଜପାର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଏହି ବିଜୟକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ସେ ତାଙ୍କ ଟୁଇଟ୍ରେ କହିଛନ୍ତି, ଉପ-ନିର୍ବାଚନରେ ବିଜୟ ଐତିହାସିକ। ଏହା କେନ୍ଦ୍ର ଏବଂ ୟୁପିରେ ଡବଲ ଇଞ୍ଜିନ ସରକାର ପାଇଁ ବ୍ୟାପକ ସମର୍ଥନକୁ ସୂଚିତ କରେ। ସମର୍ଥନ ପାଇଁ ଲୋକଙ୍କୁ ଧନ୍ୟବା। ଆମ ଦଳର କର୍ମୀଙ୍କ ଉଦ୍ୟମକୁ ମୁଁ ପ୍ରଶଂସା କରୁଛି। ଏହା ବ୍ୟତୀତ ଭୋଟ ଦେଇଥିବା ସମସ୍ତ ଲୋକଙ୍କୁ କୃତଜ୍ଞତା ଜଣାଉଛି।