Categories: ଜାତୀୟ

ମମତାଙ୍କ ବିରୋଧରେ ପୁଣି ଗର୍ଜିଲା ଭାଜପା, ଗିରଫ ହେଲେ ଶୁଭେନ୍ଦୁ

କୋଲକାତା,୧୩ ।୯: ପଶ୍ଚିମ ବଙ୍ଗ ରାଜନୀତି ପୁଣିଥରେ ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ମମତା ବାନାର୍ଜୀଙ୍କ ଗୁମର ଖୋଲିଛି । ପ୍ରଦେଶ ଭାଜପା ରାଜ୍ୟର ବରିଷ୍ଠ ନେତାଙ୍କ ନେତୃତ୍ୱରେ ନବାନ୍ନ ଅଭିଯାନ ଆରମ୍ଭ କରିଛି । ଏଥିରେ ସମସ୍ତ କର୍ମୀ ରାଜ୍ୟ ସଚିବାଳୟର ନବାନ୍ନ ଆଡକୁ ମାର୍ଚ୍ଚ ଆରମ୍ଭ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁଯାୟୀ, ରାଣୀଗଞ୍ଜ ରେଲୱେ ଷ୍ଟେଶନ ବାହାରେ ଭାଜପା କର୍ମୀ ଓ ପୋଲିସଙ୍କ ମଧ୍ୟରେ ଟଣାଭିଡା ଆରମ୍ଭ ହୋଇଯାଇଛି । ଏହାପରେ ପୋଲିସ କେତେଜଣ ଭାଜପା କର୍ମୀଙ୍କୁ ଗିରଫ କରିଛି । ଖବର ଅନୁଯାୟୀ, ପୋଲିସ ପକ୍ଷରୁ ଏହି ଅଭିଯାନ ପାଇଁ ଅନୁମତି ମିଳି ନାହିଁ ।
ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାରେ ନେତା ଥିବା ବିରୋଧୀ ଶୁଭେନ୍ଦୁ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି । ଶୁଭେନ୍ଦୁ କହିଛନ୍ତି ଏହା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ । ଏହା ବେକାରୀ ଓ ଭ୍ରଷ୍ଟାଚାର ବିରୋଧରେ ହଲ୍ଲାବୋଲ । ପଶ୍ଚିମବଙ୍ଗର ଜନତା ମମତାଙ୍କ ସପକ୍ଷରେ ନୁହେଁ । ସେଥିପାଇଁ ସେ ପଶ୍ଚିମବଙ୍ଗରେ ଉତ୍ତର କୋରିଆ ଭଳି ଏକଛତ୍ରବାଦ ଶାସନ ଚଳାଇଛନ୍ତି । ଶୁଭେନ୍ଦୁଙ୍କ ବ୍ୟତୀତ ରାହୁଲ ସିହ୍ନା ଓ ଲକେଟ ଚାଟାର୍ଜୀଙ୍କୁ ବି ଗିରଫ କରାଯାଇଛି ।

Share