ବାର ମୁହଁରେ ବାର କଥା

ରାନୀ ନାୟକ

 

ସମାଜରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ପରିସ୍ଥିତି ବା ସମସ୍ୟାର ମୁକାବିଲା କରି ନ ପାରି ମଦ୍ୟପାନ କରନ୍ତି। ଆଉ କିଏ ନିଜର ସଉକ ମେଣ୍ଟେଇବାକୁ ଯାଇ ନିଶା ସେବନ କରନ୍ତି। ମଦ୍ୟପାନକୁ ନେଇ ଭାରତୀୟମାନଙ୍କ ସମ୍ପର୍କ ଅତି ଜଟିଳ। କିଏ ମଦ ସପକ୍ଷରେ ତ ଆଉ ଅନେକେ ବିପକ୍ଷରେ ମଧ୍ୟ ଅଛନ୍ତି। ସେଥିପାଇଁ ତ ମଦକୁ ନେଇ ବାର ମୁହଁରେ ବାର କଥା। ଆୟୁର୍ବେଦ ମତ ଅନୁସାରେ ମାଦକଦ୍ରବ୍ୟର ବ୍ୟାଖ୍ୟାରେ କୁହାଯାଇଛି ”ବୁଦ୍ଧି ଲୁପତି ଯଦ୍‌ ଦ୍ରବ୍ୟମ୍‌ ମଦକାରି ତଦୁଚ୍ୟତେ“। ଅର୍ଥାତ୍‌ ଯେଉଁ ବସ୍ତୁ ବୁଦ୍ଧିକୁ ନାଶ କରିଦିଏ, ତାହାକୁ ମଦକାରୀ କୁହାଯାଏ। ବିଶ୍ୱ ସାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ଯଦି ମଦ ବୋତଲରେ ଏକ ମାଂସ ଖଣ୍ଡ ପକାଇ ଦିଆଯାଏ ତେବେ ତାହା କିଛି ସମୟ ପରେ ଦ୍ରବିତ ହୋଇ ସୂକ୍ଷ୍ମ ତନ୍ତୁରେ ପରିଣତ ହୋଇଯିବ। ଏହି ପ୍ରକାର ରକ୍ତରେ ଆଲକାଇନର ଘନତ୍ୱ ୦.୨ ପ୍ରତିଶତରୁ ୦.୫ ପ୍ରତିଶତ ପହଞ୍ଚତ୍ୟାଏ ଓ ମଦ ପିଉଥିବା ବ୍ୟକ୍ତିର ତୁରନ୍ତ ମୃତ୍ୟୁ ହୋଇଯାଏ। ଇଟାଲିର ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ଯେ ‘କର୍କଟ ରୋଗର ମୁଖ୍ୟ କାରଣ ହେଉଛି ମଦ୍ୟପାନ’। ମୁଖ ଓ ଗଳା କର୍କଟ ରୋଗଗ୍ରସ୍ତ ପ୍ରାୟ ଶତକଡ଼ା ୮୦ ଭାଗ। ଏହାର କାରଣ ହେଉଛି ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ । ମଦ୍ୟପାନ ଯୋଗୁ ଯକୃତରେ ପ୍ରଭାବ ପଡ଼ିଥାଏ।
ଭାରତରେ ମଦ ବିକ୍ରି ପ୍ରଥମେ ରବର୍ଟ କ୍ଲାଇବ ନାମକ ଜଣେ ଇଂରେଜଙ୍କ ଦ୍ୱାରା ୧୭୬୦ ମସିହାରେ କୋଲକାତାରେ ଆରମ୍ଭ ହୋଇଥିଲା। ଏହି ଜହର ରୂପକ ଜାଲରେ ସମସ୍ତେ ଛନ୍ଦି ହୋଇ ଅଛନ୍ତି। ଗାନ୍ଧିଜୀ କହିଥିଲେ ”ଦେଶ ସ୍ବାଧୀନ ହେବାର ୨୪ ଘଣ୍ଟା ମଧ୍ୟରେ ନିଶାକୁ ନିଷିଦ୍ଧ କରି ଏହା କାର୍ଯ୍ୟକାରୀ ହେବା କଥା, ମାତ୍ର ତାହା ହୋଇପାରିଲା ନାହିଁ। କାରଣ ମହାତ୍ମା ମଦକୁ ବିଦେଶୀ ମନେକରିବା ସହିତ ତାକୁ ‘ପାପ’ବୋଲି ମନେକରୁଥିଲେ। ଏକ ରିପୋର୍ଟରେ ଦର୍ଶାଇଯାଇଛି ଯେ, ଯେତିକି ମଦରେ ସରକାରଙ୍କ ଆଦାୟ ହୁଏ ତା’ର ଶହେଗୁଣ ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ଯୁଗ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି। ଲୋକ ଏବେ ଆଧୁନିକତା ଆଡ଼କୁ ଅଗ୍ରସର ହେଉଛନ୍ତି। କିନ୍ତୁ ଗାଁଠାରୁ ସହର ଯାଏ ସବୁଠି ଏବେ ମଦ ବାସ୍ନା ଭରିଯାଇଛି। ସହରରେ ୨୩୪ ପ୍ରତିଶତ ଓ ଗାଁରେ ୧୧୭ ପ୍ରତିଶତ ହାରରେ ପ୍ରତିବର୍ଷ ବିକ୍ରି ବଢୁଛି। ଭାରତରେ ମଦ ନିଷେଧ ବିହାର, ଗୁଜରାଟ, ମିଜୋରାମ, ନାଗାଲାଣ୍ଡ ଆଦି ରାଜ୍ୟରେ ଲାଗୁ ହୋଇଛି। ଅନ୍ୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। ବୈଦିକ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଭାରତରେ ମଦକୁ ନେଇ ଅନେକ କଥା ଅଛି। ଆମେ ତ ବିଭିନ୍ନ ଦେବଦେବୀଙ୍କୁ ପୂଜା କରି ଆସୁଛନ୍ତି କିନ୍ତୁ ସେଥି ମଧ୍ୟରୁ ମଦର ବି ଜଣେ ଦେବୀ ଅଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ତାଙ୍କୁ ସୁରୀଦେବୀ ବୋଲି କୁହାଯାଏ। ଗ୍ରନ୍ଥରେ ଉଲ୍ଲେଖ ଅଛି ସମୁଦ୍ର ମନ୍ଥନ ବେଳେ ସୁରିଦେବୀ ସେଥିରୁ ପ୍ରକଟ ହୋଇଥିଲେ। ଦେବତାମାନଙ୍କୁ ସୁରା ଢାଳିବା ସମୟରେ ସେଥିରୁ କିଛି ବୁନ୍ଦା ପୃଥିବୀରେ ପଡ଼ିଗଲା। ସେହି ବୁନ୍ଦାଗୁଡିକରୁ ହିଁ ଜାତ ହୋଇଛି ଯେତେ ପ୍ରକାରର ନିଶାଦ୍ରବ୍ୟ। ନିର୍ଦ୍ଦିଷ୍ଟ ଭାବେ ମଦ କେବେଠାରୁ ଆରମ୍ଭ ହେଲା କିଛି ତଥ୍ୟ ନାହିଁ କିନ୍ତୁ ଅନେକ ତତ୍ତ୍ୱବିତ୍‌ମାନେ କୁହନ୍ତି ଆଜକୁ ୧୦ହଜାର ବର୍ଷ ତଳୁ ଏହା ଆରମ୍ଭ ହୋଇଛି। ଦିନ ଥିଲା ମଦକୁ ସାଧାରଣତଃ ଔଷଧି ରୂପେ ବ୍ୟବହାର କରାଯାଉଥିଲା। ଆଉ ତାକୁ ମଧ୍ୟ ଅନେକେ ବିକାର ଓ ମୃତ୍ୟୁ ରୂପକ ତରଳ ଜହର ରୂପେ ଜଣାଯାଏ। ଏହି ନିଶା ପାନ ଯୋଗୁ ଯଦୁ ବଂଶ ବି ଧ୍ୱଂସ ହୋଇଛି। ପ୍ରତିଦିନ ସକାଳୁ ଉଠୁ ଉଠୁ ବଳାତ୍କାର, ଦୁର୍ଘଟଣା, ହତ୍ୟା ଖବର ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ମଦ୍ୟପାନ ପାଇଁ କେତେ ସୁନା ସଂସାର ଚୂନା ହେବାରେ ଲାଗୁଛି। ତଥାପି ଆମେ ଚୁପ ହୋଇ ଦେଖିବା ଛଡ଼ା ଆଉ କିଛି ଉପାୟ ନାହିଁ। ଛାଡ଼ ଏସବୁ ଆମ ଲୋକଙ୍କୁ ଶୁଣେଇଲେ କିଛି ସୁଫଳ ମିଳିବ ନାହିଁ। କଥାରେ ଅଛି ”ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ।“ ଆମ ଲୋକ ହିଁ ସେଇଭଳି ହୋଇଗଲେଣି। ଛୋଟ ପିଲାଟିକୁ ଯଦି କହିବ ନିଆଁକୁ ଧରିବୁନି ହାତ ପୋଡ଼ିଯିବ, କିନ୍ତୁ ସେ ତାକୁ ଆହୁରି ଧରିବ ବୋଲି ମନ ବଳେଇବ। ସେମିତି ମଦକୁ ନେଇ ଯେତେ ସଚେତନ କଲେ ମଧ୍ୟ କିଛି ଲାଭ ନାହିଁ ସେମାନେ ପିଇବେ ହିଁ ପିଇବେ। ଆମ ଲୋକଙ୍କର ଏହା ଶୁଣି ଦେହସୁଆ ହୋଇଗଲାଣି।
ଢେଙ୍କାନାଳ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri