Categories: ଜାତୀୟ

ସହରରେ ପ୍ରବାସୀ ଶ୍ରମିକଙ୍କୁ ୨୫ ବର୍ଷ ପାଇଁ ଶସ୍ତାରେ ମିଳିବ ଘରଭଡ଼ା

ନୂଆଦିଲ୍ଲୀ, ୧୯।୯: ସହରରେ ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ଘର ଭଡ଼ା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାର ଦୁଇଟି ମଡ୍ୟୁଲ ଉପରେ କାମ ଆରମ୍ଭ କରାଯାଇଛି। ଶସ୍ତାରେ ସହରକୁ କାମଧନ୍ଦା ପାଇଁ ଆସୁଥିବା ଶ୍ରମିକଙ୍କକୁ ଏଣିକି ରହିବା ଲାଗି ଅସୁବିଧା ହେବ ନାହିଁ। ଏହାର ଭଡ଼ା ଏକ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ରହିବ ବୋଲି କୁହାଯାଉଛି। ପ୍ରବାସୀ ଶ୍ରମିକଙ୍କୁ ୨୫ ବର୍ଷ ପାଇଁ ଘର ଭଡ଼ା ଦିଆଯିିବାର ଯୋଜନା ରହିଛି। ୨୫ ବର୍ଷ ପରେ ଏହାକୁ ସ୍ଥାନୀୟ ପୌରପାଳିକାକୁ ଫେରସ୍ତ କରାଯିବ। ପରିବର୍ତ୍ତୀ ସମୟରେ ପୁଣି ନୂତନ ଭାବେ ଏହାକୁ ଆବଣ୍ଟନ କରାଯିବ। ଏହି ଯୋଜନା ପିପିଇ ମୋଡ୍‌ରେ କାର୍ଯ୍ୟକାରୀ ହେବ। ସହରରେ ଖାଲି ପଡ଼ିଥିବା ସରକାରୀ ଜମିରେ ପ୍ରବାସୀଙ୍କ ଲାଗି ଘର ନିର୍ମାଣ କରାଯିବ। ପ୍ରାଥମିକ ପ୍ରର୍ଯ୍ୟାୟରେ ଏହି ଯୋଜନାରେ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଏହି ଯୋଜନାରେ ମୋଟ ୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି।

Share