
ତୁଣ୍ଡଲା,୩୧ା୧(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଦୁଇ ଦିନିଆ ରୌପ୍ୟ ଜୟନ୍ତୀ ସମାରୋହ ଆରମ୍ଭ ହୋଇଯାଇଛି।
ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍ବତନ୍ତ୍ର ଶାସନ ସଚିବ ନିହାର ରଞ୍ଜନ ଦାଶ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସର୍ବଭାରତୀୟ ହ୍ୟାଣ୍ଡଲୁମ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ନାଗରିକ ମଞ୍ଚ ସଭାପତି ରାମଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯୁଗେଶ ଚନ୍ଦ୍ର ଦୋରା, ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାଶ, ବେଲଖଣ୍ଡି ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ, ରୌପ୍ୟ ଜୟନ୍ତୀ ସଭାପତି ଡୋଳାମଣି ଚୌଧୁରୀ, ବେଲଖଣ୍ଡି ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ନାଏକ, ସିର୍ଜାପାଲି ସମିତି ସଭ୍ୟା ସୀତୟା ସାହୁ ଯୋଗ ଦେଇଥିଲେ।
ପ୍ରଥମେ ଛାତ୍ରୀଛାତ୍ରଙ୍କୁ ନେଇ ପଥ ସଞ୍ଚାଳନ କରି ବେଲଖଣ୍ଡି ଧବଳେଶ୍ୱର ପୀଠରୁ ମଶାଲ ଅଣାଯାଇଥିଲା। ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ରୋପ୍ୟ ଜୟନ୍ତୀ ମୁଖ୍ୟ କାର୍ଯ୍ୟ ସଂଯୋଜକ ଘନଶ୍ୟାମ ଗହୀର, ରୋହିତ ସାହୁ ମଞ୍ଚ ପରିଚାଳନା କରିଥିଲେ। ସେହିପରି ସାକାଳୀନ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ଼. ହଳଧର ନାଗ, କଳାହାଣ୍ଡି ଉପଜିଲାପାଳ ପ୍ରଭାତ କୁମାର ପରିଡା, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ପ୍ରଫେସର ସେଣ୍ଟ୍ରାଲ ୟୁନିଭର୍ସିଟି କୋରାପୁଟ ଡ଼. ପ୍ରସଂଜିତା ସିଂହ୍ନା ମଞ୍ଚାସୀନ ଥିଲେ।
ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ରୋପ୍ୟ ଜୟନ୍ତୀ ସଭାପତି ଡୋଳାମାନୀ ଚୌଧୁରୀ, ଉପସଭାପତି ତରୁଲତା ସାହୁ, ସମ୍ପାଦକ ସରୋଜ ବାରିକ, କୋଷାଧକ୍ଷ ମନୋଜ କୁମାର ଭୋଇ ସହଯୋଗ କରିଥିଲେ।