Categories: ଜାତୀୟ

ଲୋକଙ୍କ ସାମ୍ନାକୁ ବେଶି ଆସନ୍ତି ନାହିଁ ଅମିତ ଶାହାଙ୍କ ସ୍ତ୍ରୀ: ଦୀପାବଳିରେ ଜଳାଇଲେ ଯବାନଙ୍କ ପାଇଁ ଦୀପ; ବିବାହ ବେଳେ ଦିଶୁଥିଲେ…

ନୂଆଦିଲ୍ଲୀ,୧୫।୧୧: ଗୃହମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହାଙ୍କ ସ୍ତ୍ରୀ ହେଲେ ସୋନଲ ଶାହ। ସାର୍ବଜନିକ ଭାବେ ଲୋକଲୋଚନକୁ ଆସିବାକୁ ସେ ଚାହୁଁ ନ ଥିଲେ ହେଁ ଦୀପାବଳି ଉପଲକ୍ଷେ ସ୍ବାମୀଙ୍କ ସହ ଦେଶର ଯବାନମାନଙ୍କ ପାଇଁ ଦୀପ ଜଳାଇଛନ୍ତି। ଏନେଇ ଅମିତ ଶାହା ଏକ ଫଟୋ ଟୁଇଟରରେ ଶେୟାର କରିଛନ୍ତି। ଫଟୋରେ ସ୍ତ୍ରୀଙ୍କ ସହ ଏକ ଶିଶୁକୁ ଦେଖିବାକୁ ମିଳିଥିଲା। ତିନିହେଁ ମିଶି ଦୀପ ଜଳାଇଥିଲେ।

ଟୁଇଟ କରି ଶାହା କହିଛନ୍ତି, ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶର ସୁରକ୍ଷା ପାଇଁ କାମ କରୁଥିବା ଯବାନମାନଙ୍କ ସମ୍ମାନରେ ସେ ଦୀପ ଜଳାଇ ସମ୍ମାନ ଜଣାଇଛନ୍ତି। ରାଷ୍ଟ୍ର ପାଇଁ ସେମାନଙ୍କ ତ୍ୟାଗ ଓ ସମର୍ପଣ ପାଇଁ ସବୁବେଳେ ଋଣୀ ରହିବେ। ଯବାନମାନଙ୍କୁ ସଲାମ ବୋଲି ସେ କହିଥିଲେ।

୧୯୮୭ରେ ଉଭୟଙ୍କ ବିବାହ ହୋଇଥିଲା। ଏବେ ସେମାନଙ୍କ ଗୋଟିଏ ପୁଅ ରହିଛି। ସୋନଲ ମହାରାଷ୍ଟ୍ରର କୋହ୍ଲାପୁର ବାସିନ୍ଦା। ତାଙ୍କୁ ବୁଲିବା, ଗୀତ ଶୁଣିବା, ଶପିଂ କରିବା ପସନ୍ଦ କରନ୍ତି। ଏପରିକି ନରେନ୍ଦ୍ର ମୋଦି ତାଙ୍କର ପସନ୍ଦର ନେତା ବୋଲି ସେ କୁହନ୍ତି।

Share