Posted inଜାତୀୟ

ପୋଲିସ ଗୋଇନ୍ଦା ମୁଖ୍ୟାଳୟ ଆକ୍ରମଣରେ ଆଇଏସ୍‌ଆଇର ସମ୍ପୃକ୍ତି

ଚଣ୍ଡିଗଡ଼,୧୪।୫: ପଞ୍ଜାବ ପୋଲିସର ମୋହାଲିସ୍ଥିତ ପୋଲିସ ଗୋଇନ୍ଦା ମୁଖ୍ୟାଳୟରେ ହୋଇଥିବା ଆର୍‌ଫିଜି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ(ବିକେଆଇ) ଏବଂ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିଜିପି ଭି.କେ. ଭାଓରା କହିଛନ୍ତି।

ସୋମବାର ଆତଙ୍କବାଦୀମାନେ ମୋହାଲି ସେକ୍ଟର ୭୭ସ୍ଥିତ ପୋଲିସ ଗୋଇନ୍ଦା ମୁଖ୍ୟାଳୟ ଉପରକୁ ରକେଟ-ପ୍ରୋପେଲ୍ଡ ଗ୍ରେନେଟ ଆକ୍ରମଣ କରିଥିଲେ। ଆଇଏସ୍‌ଆଇ ତରଫରୁ ବିକେଆଇ-ଗ୍ୟାଙ୍ଗଷ୍ଟର ଆକ୍ରମଣ କରିଥିବା ବେଳେ ତର୍ନ ତରନ ଅଞ୍ଚଳର ଲଖବୀର ସିଂ ଓରଫ ଲଣ୍ଡା ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେଇଥିଲେ ବୋଲି ଡିଜିପି କହିଛନ୍ତି। ପାକିସ୍ତାନୀ ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ହୋଇଥିବା ହରିବନ୍ଦର ସିଂ ରିଣ୍ଡାଙ୍କର ସେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶୀଙ୍କୁ ଚିକିତ୍ସା କରିବନି କୋଲକାତାର ଏହି ହସ୍ପିଟାଲ, ଜାଣନ୍ତୁ କାହିଁକି ଏମିତି ନେଲେ ନିଷ୍ପତ୍ତି

କୋଲକାତା,୩୦।୧୧: ବାଂଲାଦେଶରେ ହିନ୍ଦୁ ଏବଂ ହିନ୍ଦୁ ମନ୍ଦିର ଉପରେ କ୍ରମାଗତ ଆକ୍ରମଣ ହେଉଛି। ଭାରତ କ୍ରମାଗତ ଭାବେ ଏହାକୁ ବିରୋଧ କରୁଛି। ଏହା ସତ୍ତ୍ୱେ ବାଂଲାଦେଶ...

ମହାରାଷ୍ଟ୍ର, ହରିୟାଣାରେ ହୋଇନାହିଁ କୌଣସି ପ୍ରକାର ହେରଫେର, ଜବାବ ଦେଲେ ଇସି

ନୂଆଦିଲ୍ଲୀ,୩୦।୧୧: ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବ୍ୟାପକ ପରାଜୟ ପରେ କଂଗ୍ରେସ ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି। ନିର୍ବାଚନ ଆୟୋଗ ଏହାକୁ ପ୍ରତ୍ୟାଖ୍ୟାନ...

୨୪ ଘଣ୍ଟାରେ ପପୁ ଯାଦବଙ୍କୁ କରାଯିବ ହତ୍ୟା, ପାକିସ୍ତାନରୁ ଆସିଛି କଲ

ପାଟନା,୩୦।୧୧: ଏକଦା ଶକ୍ତିଶାଳୀ ଥିବା ବିହାର ଏମପି ପପୁ ଯାଦବଙ୍କୁ ଏବେ ହତ୍ୟା ଧମକ ଦିଆଯାଉଛି। ଏହି ଧମକପୂର୍ଣ୍ଣ ବାର୍ତ୍ତା ପୁର୍ନିଆ ଏମପି ପପୁ ଯାଦବଙ୍କ...

ଇଣ୍ଡିଆ ମେଣ୍ଟକୁ ବଡ ଝଟ୍‌କା ଦେଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୧୧: ହରିୟାଣା ଏବଂ ମହାରାଷ୍ଟ୍ରରେ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସ ପୁଣି ଥରେ ନିର୍ବାଚନ ମୋଡରେ ଅଛି। ୨୦୨୫ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ...

ସାମ୍ନାକୁ ଆସିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ, ଏପଟେ ଅଡି ବସିଛନ୍ତି ଶିନ୍ଦେ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ମହାୟୁତି ସହଯୋଗୀ ଦଳ ଜିତିଛି। ରାଜ୍ୟରେ ସର୍ବାଧିକ ୧୩୨ ଟି ଆସନ ଜିତିଛି ଭାଜପା। ବିପୁଳ ବିଜୟ ସତ୍ତ୍ୱେ ମହାୟୁତି...

ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉଡ଼ିବନି ବିମାନ

ଚେନ୍ନାଇ,୩୦ା୧୧: ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରାଯାଇଛି। ବାତ୍ୟା ‘ଫେଙ୍ଗାଲ’ ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ଉପରେ ରୋକ୍‌...

ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ,୩୦ା୧୧: ବଙ୍ଗୋପସାଗରରେ ସାଇକ୍ଲୋନ୍‌ ଫେଙ୍ଗାଲ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ...

ଆଦାନୀଙ୍କ ଆରେଷ୍ଟ ଓ୍ବାରେଣ୍ଟକୁ ନେଇ ମୁହଁ ଖୋଲିଲେ ସରକାର

ନୂଆଦିଲ୍ଲୀ,୩୦।୧୧:ଲାଞ୍ଚ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଜାରି ଆରେଷ୍ଟ ଓ୍ବାରେଣ୍ଟ ସମ୍ପର୍କରେ ଆମେରିକୀୟ ଅଧିକାରୀଙ୍କ ପକ୍ଷରୁ ଭାରତକୁ କୌଣସି ଅନୁରୋଧ ଆସିନାହିଁ। ଶୁକ୍ରବାର ବହିର୍ବ୍ୟାପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri