କୋଲକାତା,୨୮।୩: ପଶ୍ଚିମବଙ୍ଗର କେନ୍ଦ୍ର ରାଜ୍ୟ ଗୃହ ଏବଂ କ୍ରୀଡ଼ା ମନ୍ତ୍ରୀ ନିସିଥ ପ୍ରାମାଣିକଙ୍କ କନ୍ଭେ ଉପରେ ହୋଇଥିବା ଆକ୍ରମଣର ସିବିଆଇ ଯାଞ୍ଚ ହେବ। ମଙ୍ଗଳବାର କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଗତ ଫେବୃଆରୀରେ ପଶ୍ଚିମବଙ୍ଗର କୁଚବିହାର ଜିଲାର ଦିନହାଟା ଅଞ୍ଚଳରେ ନିସିତଙ୍କ କନ୍ଭେ ଉପରେ ଆକ୍ରମଣ ହୋଇଥିଲା। ଦଳର କର୍ମକର୍ତ୍ତାଙ୍କୁ ଭେଟିବାକୁ ସ୍ଥାନୀୟ ଭାଜପା କାର୍ଯ୍ୟାଳୟକୁ ଯାଉଥିବା ବେଳେ ଏହି ଆକ୍ରମଣ କରାଯାଇଥିଲା। ତାଙ୍କ କନ୍ଭେରେ ପଥର ଫିଙ୍ଗାଯିବା ସହ ଗାଡ଼ି ଉପରେ ଗୁଳି ଚଳାଯାଇଥିଲା। ଫଳରେ କେନ୍ଦ୍ର ମନ୍ତ୍ରୀଙ୍କ କାରର ଝରକା କାଚ ଭାଙ୍ଗିଯାଇଥିଲା। ଏହି ଆକ୍ରମଣ ପାଇଁ ନିସିଥ ଟିଏମ୍ସି କର୍ମକର୍ତ୍ତାଙ୍କୁ ଦାୟୀ କରିଥିଲେ।
Posted inଜାତୀୟ