ପାଟଣା,୨୫ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ବଡ଼ମହୁଲଡିହା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷର ଯୁବକ ବୁଧବାର ରାତିରେ କୀଟନାଶକ ପିଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ବିଶ୍ୱାମିତ୍ର ନାଏକ।
ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ବିଶ୍ୱାମିତ୍ର ମୋବାଇଲ କିଣିବା ପାଇଁ ମା’ଙ୍କୁ ୨୦୦୦ ଟଙ୍କା ମାଗିଥିଲେ। ମା’ ଟଙ୍କା ନ ଦେବାରୁ ଘରେ ଥିବା କୀଟନାଶକ ପିଇ ଦେଇଥିଲେ ବିଶ୍ୱାମିତ୍ର। ଘର ଲୋକ ଜାଣିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।