Categories: ଜାତୀୟ

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ୬ ଘଣ୍ଟା ଜେରା କଲା ଇଡି

ନୂଆଦିଲ୍ଲୀ,୧୩।୧୦: ନାଗାଲାଣ୍ଡର ରାଜଧାନୀ କୋହିମାରେ ହାଇକୋର୍ଟ ବିଲ୍ଡିଂ ନିର୍ମାଣ ଲାଗି ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ବିଲ୍ଡିଂ ନିର୍ମାଣ ହୋଇପାରି ନାହିଁ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ନିଫିଉ ରିଓଙ୍କୁ ଗୁରୁବାର ୬ ଘଣ୍ଟା ଜେରା କରିଥିବା ଜଣାପଡିଛି। ହାଇକୋର୍ଟ ବିଲ୍ଡିଂ ନିର୍ମାଣ ଲାଗି ୨୦୦୭ରେ ଶିଳାନ୍ୟାସ ହୋଇଥିଲା।

ଦୁର୍ନୀତିରେ ସମ୍ପୃକ୍ତ ଭାଜପା ସହଯୋଗୀ ଏନ୍‌ଡିପିପି ନେତା ରିଓ ଇସ୍ତପା ଇସ୍ତଫା ଦେବା ସହ ରାଜ୍ୟପାଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାଗାଲାଣ୍ଡର ବରିଷ୍ଠ କଂଗ୍ରେସ ନେତା କେ. ଥେରି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଏଲ୍‌. ଚିଶି ଦାବି କରିଛନ୍ତି।

Share