Categories: ବାଣିଜ୍ୟ

ଟାଟା ଏଆଇଏର ନୂତନ ଉତ୍ପାଦ

ଭୁବନେଶ୍ୱର,୪।୧୨: ଟାଟା ଏଆଇଏ ଲାଇଫ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ ବା ଟାଟା ଏଆଇଏର ନୂତନ ଉତ୍ପାଦ ‘ଟାଟା ଏଆଇଏ ଫର୍ଚୁନ ଗ୍ୟାରେଣ୍ଟି ରିଟାୟାରମେଣ୍ଟ ରେଡିନେସ’ପ୍ଲାନ୍‌ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷ କରି ଏହା ଲୋକଙ୍କ ଅବସର ଜୀବନକୁ ସୁବର୍ଣ୍ଣ ବର୍ଷରେ ପରିଣତ କରିବା ଲାଗି ଯତ୍ନର ସହ ପ୍ରସ୍ତୁତ କରାଯାଇଛି। ଏପରିକି ଟାଟା ଏଆଇଏ ଫର୍ଚୁନ ଗ୍ୟାରେଣ୍ଟି ରିଟାୟାରମେଣ୍ଟ ରେଡିନେସ୍‌ ପ୍ଲାନ୍‌ରେ ଅନେକ ପ୍ରକାର ସୁବିଧା ସୁଯୋଗ ଯଥା ମାଇଁ ପେନ୍‌ସନ୍‌, ପାର୍ଟନର ପେନ୍‌ସନ୍‌ ଏବଂ ପାର୍ଟନର ପେନ୍‌ସନ୍‌ ପ୍ଲସ ଭଳି ବିକଳ୍ପ ସୁବିଧା ରହିଛି। ସେହିଭଳି ପ୍ରତି ବିକଳ୍ପର ଆବଶ୍ୟକତା ଭିନ୍ନ ଭିନ୍ନ ରହିଛି, ଯାହା ଜରିଆରେ ହିତାଧିକାରୀ ନିଜର ଓ ନିଜ ସାଥୀଙ୍କ ଅବସରକାଳୀନ ଯୋଜନାକୁ ଭଲ ଭାବେ ପ୍ରସ୍ତୁତ କରିପାରିବେ।

 

Share