ଜିଲା ପରିଷଦ ସଭାପତି ନିର୍ବାଚନ ପାଇଁ ନୂଆ ନିୟମ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୨୨ ଜାନୁୟାରୀ ୭ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୫୯୩ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଜିଲା ପରିଷଦ ନିର୍ବାଚନ ଆଇନ-୧୯୯୪କୁ ପରିବର୍ତ୍ତନ କରି ସେଥିରେ ଅଧିନିୟମ ୫୧ (କ) ଯୋଗ କରିଛନ୍ତି ା ସଂଶୋଧିତ ଆଇନ ବଳରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ା ଜିଲା ପରିଷଦ ସଭାପତି/ଉପସଭାପତି ନିର୍ବାଚନ ଦିନ ପ୍ରାଧିକୃତ ପ୍ରତିନିଧିମାନେ ଉପସ୍ଥିତ ରହିବେ। ସମ୍ପୃକ୍ତ ଦଳର ସଭ୍ୟସଭ୍ୟାମାନେ ଭୋଟ ଦେଇସାରି ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ବାଲଟ ପେପର ଦେଖାଇବା ପରେ ଭୋଟ ବାକ୍ସରେ ପକାଇବେ ା ସଂଶୋଧିତ ଆଇନ ଅନୁସାରେ ରାଜ୍ୟ ନିର୍ବାଚନ କମିଶନ ରାଜନୈତିକ ଦଳଗୁଡିକ ଦ୍ୱାରା ପ୍ରାଧିକୃତ ପ୍ରତିନିଧି ନିଯୁକ୍ତି ନିମନ୍ତେ ଏକ ଫର୍ମ ନିର୍ଦ୍ଧାରଣ କରିଛନ୍ତି ା ଜିଲା ପରିଷଦ ସଭାପତି/ଉପସଭାପତି ନିର୍ବାଚନର ପୂର୍ବଦିନ ଅପରାହ୍ନ ୫.୩୦ ସୁଦ୍ଧା ରାଜନୈତିକ ଦଳଗୁଡ଼ିକ ପ୍ରାଧିକୃତ ପ୍ରତିନିଧି ନିଯୁକ୍ତିପତ୍ର ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ...

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

କପିଳାସ ଗଲା ନରହନ୍ତା ହାତୀ

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଚଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲାର କପିଳାସକୁ...

ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍‌ଫୁଟ୍‌ରେ ବିଜେଡି

ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri