Categories: ଜାତୀୟ

ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଆସିଲା ୟୁଜିସିର ନୂଆ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧।୧୦: ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସିଟ୍‌ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମତି ଦେଇଛନ୍ତି। ସେମାନଙ୍କ ପାଇଁ ସ୍ବଚ୍ଛ ନାମଲେଖା ପ୍ରକ୍ରିୟା ଆପଣାଇବା ନିମନ୍ତେ ୟୁଜିସି ପକ୍ଷରୁ ଶୁକ୍ରବାର କୁହାଯାଉଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଣ୍ଡରଗ୍ରାଜୁଏଟ୍‌ ଏବଂ ପୋଷ୍ଟଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ନାମଲେଖା ଏବଂ ଅତିରିକ୍ତ ସିଟ୍‌ ସୃଷ୍ଟି ଲାଗି ଚିଠା ଗାଇଡ୍‌ଲାଇନ ଗତ ମାସରେ ପ୍ରକାଶ କରାଯାଇ ମତାମତ ଲୋଡ଼ାଯାଇଥିଲା। ଉକ୍ତ ଗାଇଡ୍‌ଲାଇନ ଅନୁଯାୟୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଞ୍ଜୁରୀ ପ୍ରାପ୍ତ ସିଟ୍‌ ବାଦ୍‌ ୨୫% ପର୍ଯ୍ୟନ୍ତ ଅତିରିକ୍ତ ସିଟ୍‌ ସୃଷ୍ଟି କରିପାରିବେ। ସମତୁଲ୍ୟ ପ୍ରବେଶିକା ଯୋଗ୍ୟତା ଆଧାରରେ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ନାମ ଲେଖାଯାଇପାରିବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ଏହି ସମତୁଲ୍ୟ ଯୋଗ୍ୟତା ୟୁଜିସି କିମ୍ବା ଏହା ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ଧାର୍ଯ୍ୟ କରିବେ।

Share