Categories: ଜାତୀୟ

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ପାଟନା,୪।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ପିଆଜ ମାଡ଼ କରାଯାଇଛି। ମଧୁବଣିର ହରଲାଖିରେ ଏକ ନିର୍ବାଚନୀ ସଭାରେ ନୀତୀଶ ରାଜ୍ୟର ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ସମ୍ପର୍କରେ କହୁଥିବାବେଳେ ଭିଡ଼ ମଧ୍ୟରେ କେହିଜଣେ ପିଆଜମାଡ଼ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇ ଫିଙ୍ଗ, ଆହୁରି ଫିଙ୍ଗ, ଫିଙ୍ଗିବା ଜାରି ରଖ କିନ୍ତୁ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଥିଲେ। ନୀତୀଶଙ୍କୁ ସୁରକ୍ଷାକର୍ମୀମାନେ ଘେରି ରହିଯାଇଥିଲେ। ଏହାପରେ ସେ ନିଜର ବକ୍ତବ୍ୟ ଶେଷ କରିଥିଲେ। ପିଆଜ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀମାନେ ଧରିଥିବାବେଳେ ନୀତିଶ ତାଙ୍କୁ ଛାଡ଼ିଦିଅ ବୋଲି କହିଥିଲେ। ବିରୋଧୀ ଦଳଙ୍କ ପକ୍ଷରୁ ଜାଣିଶୁଣି ଏଭଳି କରାଯାଉଥିବା ମନ୍ତ୍ରୀ ସଞ୍ଜୟ କୁମାର ଝା କହିଛନ୍ତି।

Share