କର୍ଲାମୁଣ୍ଡା,୭।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ପଦବୀ ଦୌଡ଼ରେ ଜଣେ ମାତ୍ର ପ୍ରାର୍ଥୀ ରହିଛନ୍ତି। ଫଳରେ ଗଜବାହଲ ପଞ୍ଚାୟତ ସମିତି ସଭ୍ୟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା କୁନି ସାହୁ ପୁଣି ବ୍ଲକ ଅଧ୍ୟକ୍ଷା ହେବା ଗୋଟିଏ ପ୍ରକାର ନିଶ୍ଚିତ ହୋଇଯାଇଛି।
ଅବଶ୍ୟ ବ୍ଲକ ରେ ଥିବା ୧୨ଜଣ ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରୁ ତାଙ୍କ ସମର୍ଥନରେ ଥିବା ୧୦ ଜଣଙ୍କୁ ଅଜ୍ଞାତବାସରେ ରଖିଛନ୍ତି। ଅନ୍ୟ ପଟେ ଦୁଇ ସାମ୍ଭାବ୍ୟ ପ୍ରାର୍ଥୀ ସମିତି ସଭ୍ୟ ନିର୍ବାଚନ ହାରିଯିବା ପରେ ପ୍ରାୟତଃ ପଥ ପରିଷ୍କାର ହୋଇଯାଇଛି। ସୂଚନାଯୋଗ୍ୟ, କୁନି ସାହୁ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ବ୍ଲକ ଅଧ୍ୟାକ୍ଷା ପଦବୀରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ।