ନୂଆଦିଲ୍ଲୀ,୧୫।୭: ଏଣିକି ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦକୁ ନେଇ ପୁଣି ଆଉ ଏକ ନୂଆ ନିୟମ ଜାରି କରାଯାଇଛି। ଏ ନେଇ ରାଜ୍ୟ ସଭା ସାଧାରଣ ସଚିବ ପିସି ମୋଡି ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ଉଲ୍ଲେଖ ଯେ, ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍ , ଉପବାସ ମନା। ଏମିତିକି କୌଣସି ଧର୍ମୀୟ ଉତ୍ସବ ଆଳରେ ମଧ୍ୟ ଏସବୁ କରିବାକୁ ମନା କରାଯାଇଛି। ସେହିପରି ଗୁରୁବାର ମଧ୍ୟ ସଂସଦରେ କେତେକ ଶବ୍ଦକୁ ବାରଣ ନେଇ ଚର୍ଚ୍ଚା ହେଉଥିଲା। ଏବେ ପୁଣି ଏକ ନୂଆ ନିୟମ ଚର୍ଚ୍ଚା ସୃଷ୍ଟି କରିଛି।