Categories: ଜାତୀୟ

ଏବେ ହଟିବନି ଝୁମ୍ପୁଡ଼ି: ସୁପ୍ରିମ୍‌କୋର୍ଟରେ ଜବାବ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୪।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟାଇବା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ରେଲଓ୍ବେ ସୁରକ୍ଷା ଜୋନ୍‌ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ ହଟାଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଆସନ୍ତା ୩ ମାସ ମଧ୍ୟରେ ୧୪୦ କିମି ଲମ୍ବ ରେଳ ଲାଇନ କଡ଼ରେ ଥିବା ଏସବୁ ଝୁମ୍ପୁଡ଼ିକୁ ଭଙ୍ଗାଯିବାର କାର୍ଯ୍ୟକ୍ରମ ଥିଲା। ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ାଯାଇଥିଲା। ତେବେ ଏବେ ଝୁମ୍ପୁଡ଼ି ହଟିବନି ବୋଲି ସୋମବାର କେନ୍ଦ୍ର ସରକାରୁ ସୁପ୍ରିମ୍‌କୋର୍ଟରେ ନିଜ ପକ୍ଷ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏଭଳି ସୂଚନା ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ପକ୍ଷରୁ ଏହାର ଶୁଣାଣି ୪ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି।

Share