ନୂଆଦିଲ୍ଲୀ,୨୬।୧୦: “କିଛି କାମ ପାଇଁ ଜାତୀୟ ରାଜଧାନୀ ଆସିଛି। ମୁଁ ମୋ ତଦନ୍ତ ସହ ଏବେ ବି ଏକମତ। ମୋତେ ଏପର୍ଯ୍ୟନ୍ତ ଏଜେନ୍ସି ପକ୍ଷରୁ ସମନ ଜାରି କରାଯାଇ ନାହିଁ”। ଡ୍ରଗ୍ସ ଜବତ ଘଟଣାରେ ବଲିଉଡ୍ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଅଧିକାରୀ ସମୀର ଓ୍ବାଙ୍ଖଡେ ସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିବା ପରେ ଉପରୋକ୍ତ ବୟାନ ଦେଇଛନ୍ତି।
ଅକ୍ଟୋବର ୩ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜରେ ଚଢ଼ାଉ କରି ଶାହରୁଖଙ୍କ ପୁଅ ଗିରଫଙ୍କୁ ଗିରଫ କରିଥିଲା ସମୀର ଓ୍ବାଙ୍ଖଡେଙ୍କ ଟିମ୍। ଏହି ଘଟଣାରେ ଏନ୍ସିବିର ସ୍ବାଧିନ ସାକ୍ଷୀ ପ୍ରଭାକର ସୈଲ ତାଙ୍କ ସତ୍ୟପାଠ ଦାଖଲ କରିଛନ୍ତି। ସେଥିରେ ସେ କହିଛନ୍ତି, ଅନ୍ୟତମ ସାକ୍ଷୀ ଗୋସାବୀ ଓ ସାମ ଡି’ସୁଜାଙ୍କ ମଧ୍ୟରେ ୧୮ କୋଟି ଟଙ୍କାର ଡିଲ ହୋଇଥିଲା। ସେଥିରୁ ସମୀର ଓ୍ବାଙ୍ଖଡେଙ୍କୁ ୮ କୋଟି ଟଙ୍କା ଦିଆଯାଇଥାନ୍ତା।
ତେବେ ଓ୍ବାଙ୍ଖଡେଙ୍କ ରେକର୍ଡ ସମ୍ପୂର୍ଣ୍ଣ ସ୍ବଚ୍ଛ ଥିବା ଏନ୍ସିବି ପକ୍ଷରୁ କୁହାଯାଇଛି। ଆଉ ଆର୍ଯ୍ୟନଙ୍କ ମାମଲାରେ ଏନ୍ସିବି ନିଜ ପକ୍ଷରୁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ କରିବ। ଏଥି ଲାଗି ପଚରାଉଚୁରା ଲାଗି ଓ୍ବାଙ୍ଖଡେଙ୍କୁ ଦିଲ୍ଲୀ ଡକାଯାଇପାରେ।