Categories: ଖେଳ

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି ଜଣକ ୧୯୮୯ ମସିହାରେ ଦେଶ ଛାଡିଥିଲେ। ଟିଆନମେନ୍‌ ସ୍କୋୟାରରେ ଗଣହତ୍ୟା ହେଉଥିବା ବେଳେ ସେ ଦେଶ ଛାଡି ଚିଲି ପଳାୟନ କରିଥିଲେ। ସେଠାରେ ଆରମ୍ଭରୁ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷଣ ଦେବାକୁ ଯାଇଥିଲେ। ଦୀର୍ଘ ୩୫ ବର୍ଷ ପରେ ଦକ୍ଷିଣ ଆମେରିକୀୟ ଦେଶ ପକ୍ଷରୁ ସେ ଅଲିମ୍ପିକ୍ସରେ ପଦାର୍ପଣ କରିବାକୁ ଯାଉଛନ୍ତି। ଦୀର୍ଘ ବର୍ଷ ତଳୁ ଟିଟିରୁ ଅବସର ନେଇ ସାରିଥିବା ଝେଙ୍ଗ ଝିୟିଙ୍ଗ ଗତବର୍ଷ ଅନୁଷ୍ଠିତ ପାନ୍‌ ଆମେରିକାନ ଗେମ୍ସରେ ଏକ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ବର୍ତ୍ତମାନ ଝେଙ୍ଗ ତାନିଆ ନାମରେ ଚିଲିର ପ୍ରତିନିଧିତ୍ୱ କରୁଛନ୍ତି। ଏହା ସହିତ ଝେଙ୍ଗ ବର୍ତ୍ତମାନ ବିଶ୍ୱ ମାନ୍ୟତାର ୧୫୧ତମ ସ୍ଥାନରେ ରହିଛନ୍ତି।

Share