୨୫ ଦେଶରେ ଓମିକ୍ରନ୍‌ ଆତଙ୍କ, ଲୋକ ସଭାରେ ହେବ ଆଲୋଚନା…

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ଆମେରିକାେ ସମେତ ୨୫ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଚି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ତେବେ, ଓମିକ୍ରନ୍‌ ଭାରତରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। କିନ୍ତୁ, ଭାରତ ସରକାର ଏ ସମ୍ପର୍କରେ ସତର୍କ ରହିଛନ୍ତି। ଗୁରୁବାର ସଂସଦର ଶୀତ ଅଧିବେଶନରେ ଓମିକ୍ରନ୍‌ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଏହା ପୂର୍ବରୁ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସହିତ ବୈଠକ କରିବେ। ପୂର୍ବାହ୍ନ ୧୦ଟାରେ ହେବାକୁ ଥିବା ଏହି ଭିଡିଓ କନଫରେନ୍ସିଂ ବୈଠକରେ ବିମାନବନ୍ଦରର ସ୍ବାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଯୋଗଦେବେ।

Share