ରାୟପୁର, ୨୦ା୧୧: କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେ ରାହୁଲ ଗାନ୍ଧୀଙ୍କ ନାଁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଭାଜପା କଂଗ୍ରେସକୁ କଟାକ୍ଷ କରି ମଜା ଉଡ଼ାଇଛି। ଖଡ଼ଗେ ରାଜୀବ ଗାନ୍ଧୀଙ୍କ ବଦଳରେ ରାହୁଲଙ୍କ ନାଁ ନେଇ ଯାଇଥିଲେ। ଏହି ସମୟର ଭିଡିଓ ଭାଇରାଲ ହେବା ପରେ ଭାଜପା କଂଗ୍ରେସ ନେତାଙ୍କ ମଜା ଉଡାଇଛି।
ସୋମବାର ଖର୍ଗେ ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧନ କରି କହିଥିଲେ କି ”ଦେଶର ଏକତା ପାଇଁ ରାହୁଲ ଗାନ୍ଧୀ ତାଙ୍କର ଜୀବନ ଦେଇଛନ୍ତି।” ତେବେ ନିକଟରେ ଥିବା ଜଣେ ବ୍ୟକ୍ତି ତୁରନ୍ତ ଖର୍ଗେଙ୍କୁ ତାଙ୍କର ଭୁଲ ବିଷୟରେ ଅବଗତ କରାଇଥିଲେ ଏବଂ ଖର୍ଗେ ତାଙ୍କର ଭୁଲ ସୁଧରି ନେଇଥିଲେ।
ଖର୍ଗେ କହିଥିଲେ “ମୁଁ କ୍ଷମା ମାଗୁଛି। ମୁଁ ଭୁଲରେ ରାହୁଲ ଗାନ୍ଧୀଙ୍କ ନାଁ କହିଦେଲି … ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ନିଜ ଜୀବନ ଦେଇଛନ୍ତି। କଂଗ୍ରେସରେ ଏପରି ନେତା ଅଛନ୍ତି ଯେଉଁମାନେ ଦେଶ ପାଇଁ ଜୀବନ ଦେଇଛନ୍ତି। ଭାଜପା ଖଡ଼ଗେଙ୍କ ଏହି ବୟାନ ଉପରେ ଟୁଇଟ କରି ପ୍ରଶ୍ନ କରିଥିଲା ”ଏହା କେବେ ହେଲା ?” ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନ ଡିସେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ।