Categories: ବାଣିଜ୍ୟ

ବିଏମ୍‌ସିରେ ଅନ୍‌କୋସର୍ଜ-୨୨ ଲାଇଭ୍‌ କର୍ମଶାଳା

ଭୁବନେଶ୍ୱର,୨୯।୧୧: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ଭାରତର ଏକ ଉନ୍ନତ କର୍କଟ ଚିକିତ୍ସାଳୟ ଭାବେ ସୁନାମ ଅର୍ଜନ କରିଛି। ଏପରିକି ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ଦ୍ୱାରା ବିଏମ୍‌ସିରେ ଆୟୋଜିତ ୧୮ତମ ବାର୍ଷିକ ଲାଇଭ୍‌ ସର୍ଜିକାଲ୍‌ ଅନ୍‌କୋଲୋଜି କର୍ମଶାଳା ‘ଅନ୍‌କୋସର୍ଜ-୨୨’ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୩ ଦିନ ଧରି ଉକ୍ତ ଲାଇଭ୍‌ କର୍ମଶାଳା ଆୟୋଜିତ ହୋଇଯାଇଛି। ସେହିଭଳି ଉକ୍ତ କର୍ମଶାଳାରେ ମୁଣ୍ଡ, ବେକ, ୟୁରୋ-ଅନୋଲୋଜି, ସ୍ତନ ଏବଂ ଗାଇନେକ୍‌-ଅଙ୍କୋଲୋଜି, ଥୋରାସିକ୍‌ ଏବଂ ଏଚ୍‌ପିବି, ସଫ୍ଟ ଟିସୁ ସାର୍କୋମା ଏବଂ କଲୋରେକ୍ଟାଲ୍‌ କର୍କଟ ଏବଂ ପୁନଃ ନିର୍ମାଣକାରୀ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ କରାଯାଇଥିଲା। ସେହିପରି ଟାଟା ମେମୋରିଆଲ ହସ୍ପିଟାଲରୁ କର୍କଟରେ ବିଶିଷ୍ଟ ଜାତୀୟ ଅଧ୍ୟାପକଙ୍କ ବିଭିନ୍ନ ସର୍ଜିକାଲ୍‌ କୌଶଳ ସମ୍ପର୍କରେ ଅବଗତ ହେବା ପାଇଁ ରାୟପୁରର ବହୁ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଏବଂ ସର୍ଜନମାନେ ମଧ୍ୟ ଉକ୍ତ କର୍ମଶାଳାରେ ଯୋଗଦେଇଥିଲେ। ଅପରପକ୍ଷରେ ପ୍ରଥମ ଦିନରେ ସ୍ତନ ସଂରକ୍ଷଣ ସର୍ଜରି ଏବଂ ସ୍ତନ ଅଙ୍କୋପ୍ଲାଷ୍ଟି, ସଫ୍ଟ ଟିସୁ ସାର୍କୋମା ଏବଂ ଓପନ ରେଡିକାଲ୍‌ ହାଇଷ୍ଟେରେକ୍ଟୋମିକୁ ନେଇ ଉକ୍ତ ଲାଇଭ୍‌ ଅପରେଟିଭ୍‌ କର୍ମଶାଳା ଅନୁଷ୍ଠିିତ ହୋଇଥିଲା। ସେହିଭଳି ୨ୟ ଦିନରେ ହେଡ୍‌ ଏବଂ ନେକ୍‌ ସର୍ଜରି ଉପରେ କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ୩ୟ ଦିନରେ ପାକସ୍ଥଳୀ ସର୍ଜରି ସମ୍ପର୍କିତ ଲାପାରୋସ୍କୋପିକ୍‌ ଡି୨ ଗ୍ୟାଷ୍ଟ୍ରେକ୍ଟୋମି ଏବଂ ରୋବୋଟିକ୍‌ ପାନ୍‌କ୍ର୍ରିଏଟିକୋଡୋଡେନେକ୍ଟୋମି, ଲାପାରୋସ୍କୋପିକ୍‌ କଲେକ୍ଟୋମି ଏବଂ ଲାପାରୋସ୍କୋପିକ୍‌ ମୋଟ ମେସୋରେକ୍ଟାଲ୍‌ ଏକ୍ସାଇଜନ୍‌ ଉପରେ କର୍ମଶାଳା ଆୟୋଜିତ ହୋଇଥିଲା।

Share