Categories: ଜାତୀୟ

ଭୋଟ ଦେଇ ପାରିବେ ଏକ ଲକ୍ଷ ଶରଣାର୍ଥୀ

ଜମ୍ମୁ,୫ ।୧୧: ଜମ୍ମୁ-କଶ୍ମୀର ଜିଲା ବିକାଶ ପରିଷଦର ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାକିସ୍ତାନୀ ଶରଣାର୍ଥୀଙ୍କ ମୁହଁରେ ହସ ଫୁଟାଇଛି । ୭ ଦଶକୁ ଊର୍ଦ୍ଧ୍ୱ ସମୟ ହେବ ଏମାନେ ଭୋଟ ଦାନରୁ ବଞ୍ଚିତ ଥିବା ବେଳେ ଏଥର କିନ୍ତୁ ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ଏମାନେ ଭୋଟ ଦେଇପାରିବେ ବୋଲି ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ପରେ ଶରଣାର୍ଥୀ  ପରିବାରରେ ଖୁସି ଦେଖାଦେଇଛି । ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ପଶ୍ଚିମ ପାକିସ୍ତାନର ଶରଣାର୍ଥୀଙ୍କର ପାଖାପାଖି ସାଢେ ବାଇସ ହଜାର  ପରିବାର ବସବାସ କରୁଛନ୍ତି । ଏମାନଙ୍କ ଜନସଂଖ୍ୟା ଦେଢ ଲକ୍ଷରୁ ଅଧିକ ଓ ଏମାନଙ୍କ ମଧ୍ୟରେ ମତଦାତାଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ । ତେବେ ସେଠାରୁ ଅନୁଚ୍ଛେଦ ୩୭୦ ହଟିଯିବା ପରେ ଏବେ ଏହି ଶରଣାର୍ଥୀମାନେ ପଞ୍ଚାୟତ ସ୍ତରର ଭୋଟ ଦେବାକୁ ଅଧିକାର ପାଇଛନ୍ତି । ଏହା ଜଣାପଡିବା ପରେ ଯୁବ ଶରଣାର୍ଥୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

Share