Posted inଜାତୀୟ

୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌

ନୂଆଦିଲ୍ଲୀ,୧୪ା୧୨: ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍‌ଓଇ) ବିଲ୍‌ ସୋମବାର ଲୋକ ସଭାରେ ଆଗତ କରାଯିବାକୁ ତାଲିକାଭୁକ୍ତ ହୋଇଛି।

ବିଭିନ୍ନ କାରଣରୁ ଦେଶରେ ଏକସଙ୍ଗେ ନିର୍ବାଚନ ହେବା ଅତ୍ୟନ୍ତ ଜରୁରୀ। କାରଣ ବାରମ୍ବାର ନିର୍ବାଚନ ବ୍ୟୟବହୁଳ ହୋଇଥିବା ବେଳେ ବହୁ ସମୟ ବରବାଦ ହେଉଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ସମସ୍ତ ବିକାଶମୂଳକ କାର୍ଯ୍ୟ ଅଟକି ରହିବା ସହ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ନିର୍ବାଚନ ନିୟମାବଳୀ ବାରମ୍ବାର ଲାଗୁ ହେବା ଦ୍ୱାରା ସେବା କାର୍ଯ୍ୟ ପ୍ରଭାବିତ ହେବା ସହ ମାନବସମ୍ବଳକୁ ସେମାନଙ୍କର ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟରୁ ଅନ୍ତର କରାଯାଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ସମ୍ବିଧାନ (୧୨୯ତମ) ସଂଶୋଧନ ବିଲ୍‌, ୨୦୨୪ରେ ଉଲ୍ଲେଖ ରହିଛି। ଉକ୍ତ ବିଲ୍‌ ସମ୍ବିଧାନରେ ଏକ ନୂଆ ଅନୁଚ୍ଛେଦ ଯୋଡ଼ିବାକୁ ଥିବାବେଳେ ୩ଟି ଅନୁଚ୍ଛେଦରେ ସଂଶୋଧନ କରାଯିବ। ଯାହା ଫଳରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ଏକସଙ୍ଗେ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାରରୁ ଅଧିକ ଠକେଇ ମାମାଲା, ୫୬ ହଜାର ନକଲି ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୪।୧୨: ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ମଧ୍ୟରୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଗତ ୫ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି।...

ବୋର୍‌ କଲେ ମୋଦି, କାହିଁକି ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୪।୧୨: ଲୋକ ସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୦ ମିନିଟର ଦୀର୍ଘ ଭାଷଣରେ ୱାୟାନଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା...

ନାଗରିକ କର୍ତ୍ତବ୍ୟରୁ ନେଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପର୍ଯ୍ୟନ୍ତ, ଲୋକ ସଭାରେ ମୋଦିଙ୍କ ୧୧ ସଂକଳ୍ପ

ନୂଆଦିଲ୍ଲୀ,୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୧୪ ଡିସେମ୍ବର ୨୦୨୪) ରେ ‘ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଆଲୋଚନାରେ ଅଂଶଗ୍ରହଣ କରୁଥିବାବେଳେ ସମ୍ବିଧାନ,...

ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୪।୧୨: ବର୍ତ୍ତମାନ ଇସ୍ତାନବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ରିଲିଫ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଗତ ଦୁଇ ଦିନ ମଧ୍ୟରେ...

ନିର୍ମାଣ ହେବ ଆଉ ଏକ ରାମ ମନ୍ଦିର! ମମତାଙ୍କୁ ଟାର୍ଗେଟ କଲା ଭାଜପା

କୋଲକାତା,୧୪।୧୨: ପଶ୍ଚିମବଙ୍ଗରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ମଧ୍ୟ ଘୋଷଣା କରିଛି। ତ୍ରୁଣମୂଳ କଂଗ୍ରେସ ଏମପି ହୁମାୟୁ କବୀରଙ୍କ ବିବୃତ୍ତି ପରେ...

ଆଇସିୟୁରେ ଆଡଭାନୀ

ନୂଆଦିଲ୍ଲୀ,୧୪ା୧୨: ଭାଜପାର ବର୍ଷୀୟାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଶନିବାର ଦିଲ୍ଲୀର ଆପୋଲୋ ହସ୍ପିଟାଲର ଆଇସିୟୁରେ...

ଗିରଫ ଭୟରେ ଆଗୁଆ ହାଇକୋର୍ଟ ପହଞ୍ଚିଲେ ଅତୁଲଙ୍କ ସ୍ତ୍ରୀ

ବେଙ୍ଗାଲୁରୁ,୧୪।୧୨: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ସ୍ତ୍ରୀ ନିକିତା ସିଙ୍ଗାଣିଆ ଏବଂ ତାଙ୍କ ଶ୍ୱଶୁରଘର ସଦସ୍ୟମାନେ ଆହ୍ଲାବାଦ ହାଇକୋର୍ଟରେ ଏକ ଜାମିନ ଆବେଦନ କରିଛନ୍ତି। କୁହାଯାଉଛି...

ଚାଇନାକୁ ବଡ଼ ଝଟ୍‌କା ଦେଲା ଭାରତ! ଏବେ ସାରା ବିଶ୍ୱ ରହିବ ହାତ ମୁଠାରେ

ନୂଆଦିଲ୍ଲୀ,୧୪।୧୨: ଭାରତର ବଢୁଥିବା ଶକ୍ତିକୁ ବିଶ୍ୱ ଅଭିବାଦନ ଜଣାଉଛି। ଭାରତର ଅର୍ଥନୈତିକ ଏବଂ ବୈଦେଶିକ ନୀତି ସବୁଆଡେ ସମାଲୋଚିତ ହେଉଛି। ବର୍ତ୍ତମାନ ଭାରତ ଇରାନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri