ବରଗଡ଼ ଅଫିସ,୨୮ା୭: ଆସନ୍ତା ଅଗଷ୍ଟ ୧ରେ ପାଳନ ହେବ ସମ୍ବଲପୁରୀ ଦିବସ। ଗୁରୁ ସ୍ବର୍ଗତଃ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମବାର୍ଷିକୀରେ ଏହା ପାଳନ କରାଯିବ। ତେବେ ଏହି ଦିବସରେ ଗୁରୁ ସ୍ବର୍ଗତଃ ବହିଦାରଙ୍କୁ ସମ୍ମାନ ଜଣାଇବା ସହିତ ଅଞ୍ଚଳର ସଂସ୍କୃତିର ପରିଚୟ ପ୍ରତିପାଦନ କରିବା ପାଇଁ ଜିଲା ପ୍ରଶାସନ ଅଧିନରେ କାର୍ଯ୍ୟରତ ସମସ୍ତ ଅଧିକାରୀ, କର୍ମଚାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ପରାମର୍ଶ ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ (ସଂସ୍କୃତି ବିଭାଗ)ର ପତ୍ରସଂଖ୍ୟା -୧୨୭।ତା-୨୭।୭।୨୨ରିଖରେ ଏହା ଉଲ୍ଲେଖ ରହିଛି। ଏଥିପାଇଁ ବିହିତ ପଦକ୍ଷେପ ନେବାକୁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Posted inଆମ ଜିଲା ଖବର, ବରଗଡ଼, ରାଜ୍ୟ