Categories: ଜାତୀୟ

ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାରରୁ ଅଧିକ ଠକେଇ ମାମାଲା, ୫୬ ହଜାର ନକଲି ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୪।୧୨: ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ମଧ୍ୟରୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଗତ ୫ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଲୋକ ସଭାରେ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ୧୧ ପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାର ୯୮୮ ଠକେଇ ମାମଲା ରୁଜୁ ହୋଇଛି ଯେଉଁଥିରେ ଅନାବଶ୍ୟକ କିମ୍ବା ନକଲି ଅସ୍ତ୍ରୋପଚାର ମଧ୍ୟ ରହିଛି।
ଦୌସା ଏମପି ମୁରାରିଲାଲ ମୀଣାଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ଡିସେମ୍ବର ୧୧, ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିବା ମୋଟ ଠକେଇ ମାମଲା ମଧ୍ୟରୁ ୨ ଲକ୍ଷ ୮୬ ହଜାର ୭୭୧ ଠକେଇ ମାମଲା ଚିକିତ୍ସା ସମ୍ବନ୍ଧୀୟ ଥିବାବେଳେ ୫୬ ହଜାର ୨୧୭ ମାମଲା ଅସ୍ତ୍ରୋପଚାର ସହିତ ଜଡିତ ଯେଉଁଥିରେ ରୋଗୀ ଉପରେ ଅନାବଶ୍ୟକ ଅସ୍ତ୍ରୋପଚାର କରାଯାଇଥିଲା କିମ୍ବା ଡାକ୍ତରଖାନା ଅସ୍ତ୍ରୋପଚାର ନକରି କାଗଜରେ ଅସ୍ତ୍ରୋପଚାର କରିଥିଲା ଏବଂ ଠକେଇ କରିଥିଲା ।

Share