ଇସଲାମବାଦ,୧୫।୧୧: କରଜରେ ବୁଡି ରହିଥିବା ପାକିସ୍ତାନ ୟୁକ୍ରେନକୁ ବିପୁଳ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ପାକିସ୍ତାନ ୟୁକ୍ରେନକୁ ୩୬କୋଟି ୪୦ଲକ୍ଷ ଟଙ୍କାର ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ବିକ୍ରି କରିଛି । ଏଥିପାଇଁ ପାକିସ୍ତାନ ଗତ ବର୍ଷ ଆମେରିକାର ଦୁଇ ଘରୋଇ କମ୍ପାନୀ ସହ ଡିଲ କରିଥିଲା ବୋଲି ଏକ ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି । ଏହି ଅସ୍ତ୍ରଶସ୍ତ୍ରକୁ ୟୁକ୍ରେନ ଯୁଦ୍ଧରେ ରୁଷ ବିରୋଧରେ ବ୍ୟବହାର କରିଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦୁଇ ଆମେରିକୀୟ କମ୍ପାନୀ ଗ୍ଲୋବାଲ ମିଲିଟାରୀ ଏବଂ ନର୍ଥରୋପ ଗ୍ରୁମାନ ସହ ୧୫୫ ଏମଏମ ତୋପ ଗୋଳା ବିକ୍ରି ପାଇଁ ଚୁକ୍ତିରେ ସ୍ବାକ୍ଷର କରିଛି। ୨୦୨୨ ଅଗଷ୍ଟ ୧୭ରେ ଏହି ଡିଲ ହୋଇଥିବା ଜଣାପଡିଛି।