Categories: ବାଣିଜ୍ୟ

ପାସେଞ୍ଜର ଯାନ ବିକ୍ରି ୩୮% କମିଲା

ନୂଆଦିଲ୍ଲୀ,୨୧।୭: ଅଟୋମୋବାଇଲ ବଜାର ଉପରେ କରୋନାର ପ୍ରଭାବ ଜାରି ରହିଛି। ଗତ କିଛି ମାସ ଧରି ଘରୋଇ ବଜାରରେ ଯାନ ବିକ୍ରି କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଜୁନ ମାସରେ ପାସେଞ୍ଜର ଯାନର ରିଟେଲ ବିକ୍ରି ୩୮.୩୪% ହ୍ରାସ ଘଟି ୧.୨୬ ଲକ୍ଷ ୟୁନିଟ ରହିଛି। କୋଭିଡ୍‌-୧୯ ଲଗାତର ଭାବେ ଗ୍ରାହକଙ୍କ ମନୋଭାବକୁ ପ୍ରଭାବିତ କରିଥିବା ଜଣାପଡିଛି। ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର ଆସୋସିଏଶନ(ଫାଡା) ପକ୍ଷରୁ ଏଭଳି ତଥ୍ୟ ପ୍ରକାଶ କରାଯାଇଛି। ଏହା ଦେଶର ୧୨୩୦ ଆର୍‌ଟିଓରୁ ତଥ୍ୟ ସଂଗ୍ରହ କରିଛି। ଗତ ବର୍ଷ ଜୁନରେ ଯାତ୍ରୀବାହୀ ଯାନ ବିକ୍ରି ୨.୦୫ ଲକ୍ଷ ୟୁନିଟ ରହିଥିଲା। ସେହିଭଳି ଦୁଇଚକିଆ ଯାନ ବିକ୍ରି ୪୦.୯୨% ହ୍ରାସ ଘଟି ୭.୯୦ ଲକ୍ଷ ୟୁନିଟ ରହିଛି। ଯାହା ଗତ ବର୍ଷ ଜୁନରେ ୧୩.୩୭ ଲକ୍ଷ ୟୁନିଟ ଥିଲା। ଅପରପକ୍ଷରେ ବାଣିଜି୍ୟକ ଯାନ ବିକ୍ରି ୮୩.୮୩ % ହ୍ରାସ ଘଟି ୧୦ ହଜାର ୟୁନିଟ ରହିଛି। ଏହା ଗତବର୍ଷ ସମାନ ସମୟରେ ୬୪ ହଜାର ୟୁନିଟ ଥିଲା। ଚଳିତ ବର୍ଷ ଜୁନରେ ୩ ଚକିଆ ବିକ୍ରି ୭୫.୪୩% ଖସିଛି। ବିଭିନ୍ନ ବର୍ଗରେ ଯାନ ବିକ୍ରି ୪୨% ଖସି ୯.୮୪ ଲକ୍ଷ ୟୁନିଟକୁ ଖସିଛି। ଏହି ପରିପ୍ରେକ୍ଷୀରେ ଫାଡାର ସଭାପତି ଆଶିଷ ହର୍ସରାଜ କାଲେ କହିଛନ୍ତି, ବଜାରରେ ଉତ୍ସାହ ନ ଥିବାରୁ ଯାନ ବିକ୍ରି ଖସୁଛି। ଗ୍ରାମାଞ୍ଚଳ ବଜାରରେ ସ୍ଥିତି ସହର ଅପେକ୍ଷା ଉନ୍ନତ ରହିଛି। ବାଣିଜି୍ୟକ ଯାନ କ୍ଷେତ୍ରକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ଭେଇକିଲ ସ୍କ୍ରାପେଜ ପଲିସି ଆଣିବା ଉପରେ ଧ୍ୟାନଦେବାକୁ ସେ ନିବେଦନ କରିଛନ୍ତି।

Share