ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର ପାକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ର ସମ୍ପାଦକ ଜଗଦୀଶ ରଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ରଥଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଥଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗୀର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ପାକ୍ସ ସମ୍ପାଦକ ରଥ ସମିତିର ସରକାରୀ କଗଜପତ୍ର ଏପଟସେପଟ କରି ତଥା ଡେ ବୁକ୍‌ରେ କ୍ଲୋଜିଂ ବାଲାନ୍ସ କମ୍‌ ଦର୍ଶାଇ ୫ ଲକ୍ଷ ୨୮ ହଜାର ୦୫୪ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ସମ୍ବଲପୁର ଭିଜିଲାନ୍ସ ପିଏସ୍‌ କେଶ ନଂ ୧୪/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ଭିଜିଲାନ୍ସ ଇନିସପେକ୍ଟର ତପସ୍ବିନୀ ସେଠ୍‌ ମାମଲାର ତଦନ୍ତ କରିଥିଲେ। ଏହି ମାମଲାଟି ଭିଜିଲାନ୍ସ କୋର୍ଟରେ ବିଚାରଧିନ ଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ ଦାଖଲ କାଗଜପତ୍ରର ତଦାରଖ ପରେ ସମସ୍ତ ଦିଗକୁ ବିଚାରକୁ ନେଇ ବିଚାରପତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।

ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପାଦକ ରଥଙ୍କୁ ଚାକିରିରୁ ବହିସ୍କାର କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଜଗଦୀଶ ରଥ ଏହି ଘଟଣାରେ ପୂର୍ବରୁ ନିଲମ୍ବନ ହୋଇଥିଲେ। ପରେ ପୁଣି ସେହି ସ୍ଥାନରେ ପୁନଃ ଅବସ୍ଥାପିତ ହୋଇ କାର୍ଯ୍ୟରତ ଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଜୟକୃଷ୍ଣ ସାହୁ ମାମଲା ପରିଚାଳନା କରୁଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ: ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ଲାୟନ୍ସ କ୍ଲବର ପ୍ରୟାସ 

ଦାରିଙ୍ଗବାଡି,୧୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତି ହେଉଛି। ଅସହ୍ୟ ଶୀତ ଯୋଗୁ ଗରିବ...

ଲୋକ ଅଦାଲତରେ ୬୮ ହଜାର ୯୭ ଟଙ୍କା ଆଦାୟ

କେସିଙ୍ଗା,୧୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ୍‌ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକଙ୍କ ଅଧ୍ୟକ୍ଷତାରେ...

କମାଲ କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରାପଡାବଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ଓ ସାଂସ୍କୃତିକ...

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି

ମାଲକାନଗିରି,୧୪ା୧୨: ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ...

ଜେରା ପରେ ବିଷ୍ଣୁପଦଙ୍କ ଡ୍ରାଇଭର କହିଲେ ଡ୍ୟୁଟି ପରେ ସାର୍‌ କେଉଁଆଡ଼େ…

ଭୁବନେଶ୍ୱର,୧୪ା୧୨: ରାଜଧାନୀ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ସିବିଆଇ ସମନ ପଠାଇଛି। ଗତ ୧୦ ତାରିଖରେ ସିବିଆଇର...

ନଦୀପଠାରୁ ମହିଳାଙ୍କ କଟା ମୃତଦେହ ଜବତ ଘଟଣା: ଟାଟୁରୁ ପରିଚୟ ଖୋଜୁଛି…

କଟକ,୧୪।୧୨: ନଦୀପଠାରୁ ମହିଳାଙ୍କ କଟା ମୃତଦେହ ଜବତ ଘଟଣାରେ ମହିଳାଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ କହିଲେ ଡିସିପି। ମହିଳାଙ୍କ ମୁହଁରେ ଗଭୀର ଆଘାତ ଥିବାରୁ...

ଜି ଉଦୟଗିରିରେ ପ୍ରବଳ ଶୀତ: ସର୍ବନିମ୍ନ ତାପମାତ୍ରା ୫ . ୨ ଡିଗ୍ରୀ

ଜି.ଉଦୟଗିରି ୧୪। ୧୨(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ତିନି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର ସବୁଠୁ ଥଣ୍ଡା ସହର...

ବରିଷ୍ଠ ଆଇଏଏସ୍‌  ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ: ଆଇନମନ୍ତ୍ରୀ କହିଲେ ଯେତେବଡ଼ ଅଧିକାରୀ ହେଉ କି…

ଭୁବନେଶ୍ୱର,୧୨।୧୪: ବରିଷ୍ଠ ଆଇଏଏସ୍‌  ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଦୁର୍ନୀତି ପ୍ରମାଣିତ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri