କମ୍ପାନୀରେ ଛଟେଇ ପ୍ରକ୍ରିୟା ଜାରି, ଏବେ ପେପ୍‌ସିକୋ କରୁଛି ଯୋଜନା

ନୂଆଦିଲ୍ଲୀ,୬ ।୧୨: ଟୁଇଟର, ଅମେଜନ, ଫେସବୁକ ପରେ ଏବେ ପେପସିକୋ କମ୍ପାନୀ କର୍ମଚାରୀ ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । ୱାଲ ଷ୍ଟ୍ରିଟ ଜର୍ନାଲର ସୂଚନା ଅନୁଯାୟୀ, ପେପସିକୋ ଇଙ୍କ ତା’ର ନ୍ୟୁୟର୍କ ହେଡ ଅଫିସର ସ୍ନାକ ଓ ବେଭରେଜ ସହ ଜଡିତ ୧୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି । ରିପୋର୍ଟରେ କୁହାଯାଇଛି କି କମ୍ପାନୀ ସଙ୍ଗଠନକୁ ସରଳ କରିବାକୁ ଏହି ନିର୍ଣ୍ଣୟ ନେଇଛି । ହେଲେ ପେପସିକୋର ପ୍ରବକ୍ତା ଏହି ଛଟେଇକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଦେଇ ନାହାନ୍ତି ।

Share